25.1 C
Bhubaneswar
Friday, November 22, 2024
Homeଖେଳଆଇସିସି ପ୍ଲେୟାର୍ ଅଫ ଦ ମନ୍ଥ ପୁରସ୍କାର; ଦୌଡ଼ରେ ବୁମ୍‌ରା, ଡି’କକ୍ ଓ ରାଚିନ୍‌

ଆଇସିସି ପ୍ଲେୟାର୍ ଅଫ ଦ ମନ୍ଥ ପୁରସ୍କାର; ଦୌଡ଼ରେ ବୁମ୍‌ରା, ଡି’କକ୍ ଓ ରାଚିନ୍‌

ଦୁବାଇ: ଭାରତୀୟ ପେସ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରା, ସାଉଥ୍ ଆଫ୍ରିକା ଓପ୍ନର୍ କ୍ୱିଣ୍ଟନ୍ ଡି’କକ୍ ଏବଂ ନ୍ୟୁଜିଲାଣ୍ଡ୍ ବ୍ୟାଟର୍ ରାଚିନ୍ ରବୀନ୍ଦ୍ର ଅକ୍ଟୋବର ମାସ ପାଇଁ ଆଇସିସି ପ୍ଲେୟାର୍ ଅଫ୍ ଦ ମନ୍ଥ ପୁରୁଷ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି । ଏହି ଖେଳାଳିମାନେ ଚଳିତ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରି ନିଜ ଟିମ୍‌କୁ କେତେକ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି । ଏସିଆ କପ୍‌ରେ ଆଘାତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର୍ ବୁମ୍‌ରା ଟିମ୍ ପାଇଁ ବଡ଼ ମ୍ୟାଚ୍ ୱିନର୍ ସାବ୍ୟସ୍ତ ହୋଇଛନ୍ତି ।

ସେ ଅକ୍ଟୋବର ମାସରେ ଟିମ୍ ପକ୍ଷରୁ ୩.୯୧ ଇକୋନୋମିରେ ମୋଟ ୧୪ ୱିକେଟ୍ ହାସଲ କରିଛନ୍ତି । ଚଳିତ ବିଶ୍ୱକପ୍‌ରେ ସେ ଆଫଗାନିସ୍ତାନ ବିପକ୍ଷରେ ୪ ଏବଂ ଇଂଲଣ୍ଡ ବିପକ୍ଷରେ ୩ଟି ୱିକେଟ୍ ହାସଲ କରିଥିଲେ । ସେହିପରି ସାଉଥ୍ ଆଫ୍ରିକାର ବିସ୍ଫୋରକ ଓପ୍ନର୍ କ୍ୱିଣ୍ଟନ୍ ଡି’କକ୍ ଚଳିତ ବିଶ୍ୱକପ୍‌ରେ କମାଲ ପ୍ରଦର୍ଶନ କରିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ର ସେ ସର୍ବାଧିକ ସ୍କୋରର୍ ଅଛନ୍ତି । ଟିମ୍ ପକ୍ଷରୁ ଆଠଟି ମ୍ୟାଚ୍‌ରୁ ୫୫୦ ରନ୍ କରିଥିବା ବେଳେ ଏହା ମଧ୍ୟରେ ଚାରିଟି ଶତକ ମଧ୍ୟ ରହିଛି ।

ବାଂଲାଦେଶ ବିପକ୍ଷରେ ୧୭୩ ରନ୍‌ର ଏକ ଉନ୍ନତ ଇନିଂସ୍ ଖେଳିଥିଲେ । ଏହା ବ୍ୟତୀତ ଅକ୍ଟୋବର ମାସରେ ତାଙ୍କ ନାମରେ ୧୦ଟି କ୍ୟାଚ୍ ଏବଂ ଗୋଟିଏ ଷ୍ଟମ୍ପିଙ୍ଗ୍ ମଧ୍ୟ ରହିଛି । ଅନ୍ୟପକ୍ଷରେ ନିଜର ପ୍ରଥମ ବିଶ୍ୱକପ୍ ଖେଳୁଥିବା ନ୍ୟୁଜିଲାଣ୍ଡର ଯୁବ ଖେଳାଳି ରାଚିନ୍ ରବୀନ୍ଦ୍ର ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ଚମତ୍କୃତ କରିଛନ୍ତି ।

ସେ ଅକ୍ଟୋବର ମାସରେ କିୱି ଟିମ୍ ପକ୍ଷରୁ ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଛଅଟି ମ୍ୟାଚ୍ ଖେଳି ୮୧.୨୦ ହାରରେ ମୋଟ ୪୦୬ ରନ୍ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୨୩ ରନ୍‌ର ଇନିଂସ୍ ଖେଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ରବୀନ୍ଦ୍ର ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୬ ରନ୍ କରିଥିଲେ । ବର୍ତ୍ତମାନ ସେ ଟୁର୍ଣ୍ଣାମେଣ୍ଟ୍‌ର ତୃତୀୟ ସର୍ବାଧିକ ସ୍କୋରର୍ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking