27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ‘ମୁଁ ବଞ୍ଚିଥିବା ଯାଏ ଆସାମରେ ବାଲ୍ୟବିବାହ ହେବାକୁ ଦେବିନି’

‘ମୁଁ ବଞ୍ଚିଥିବା ଯାଏ ଆସାମରେ ବାଲ୍ୟବିବାହ ହେବାକୁ ଦେବିନି’

ଗୌହାଟୀ: ‘ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଆସାମରେ ବାଲ୍ୟବିବାହ ହେବାକୁ ଦେବିନି’ । ବାଲ୍ୟ ବିବାହ ନିରୋଧ ଆଇନ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆଜି ଏପରି ଭାବେ ବିଧାସସଭାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଆଜି ଜାରି ରହିଥିବା ବଜେଟ ଅଧିବେଶନର ଶେଷ କାର୍ଯ୍ୟଦିବସରେ ‘ଆସାମ ମୁସଲିମ୍ ମ୍ୟାରେଜ ଆଣ୍ଡ ରେଜିଷ୍ଟ୍ରେସନ- ଡିଭୋର୍ସ ଆକ୍ଟ ୧୯୩୫’ ଉଚ୍ଛେଦ ବିଲ୍ ଚର୍ଚ୍ଚାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଆଜି ଏହି ମନ୍ତବ୍ୟ ଦେଇଛନ୍ତି ।

ଆଜି ଚର୍ଚ୍ଚାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ବିରୋଧୀମାନେ ବାଲ୍ୟବିବାହ ପ୍ରଥାକୁ ସମର୍ଥନ କରୁଛନ୍ତି। ସେମାନେ ରାଜନୀତି କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ମଧ୍ୟ ବିରୋଧ କରିବାକୁ ପଛାଉନାହାନ୍ତି । ବିରୋଧୀମାନେ ରାଜ୍ୟରେ ସମାଜରେ ଥିବା ଅସମାନତା ଦୂରୀକରଣ ଚାହୁଁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା କହିଛନ୍ତି । ସେହିପରି ସେ ଜୀବିତ ଥିବା ପର୍ଯ୍ୟନ୍ତ ଆସାମରେ ବାଲ୍ୟ ବିବାହ ହେବାକୁ ଦେବେନି ବୋଲି ମଧ୍ୟ ସେ କହିଛନ୍ତି ।

ଆସାମରେ ବହୁଳମାତ୍ରାରେ ବାଲ୍ୟବିବାହ ମାମଲା ସାମ୍ନାକୁ ଆସିବାର ନଜିର ରହିଛି । ହେମନ୍ତ ବିଶ୍ୱଶର୍ମା ସରକାର ରାଜ୍ୟରେ ବାଲ୍ୟ ବିବାହ ନିରୋଧୀ ଅଭିଯାନ ବ୍ୟାପକ କରିବାରେ ଲାଗିଛନ୍ତି । ବହୁସ୍ଥାନରେ ଚଢାଉ କରାଯାଉଛି । ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗକୁ ନେଇ ସ୍କ୍ୱାଡ ଗଠନ କରାଯାଇଛି । ବାଲ୍ୟ ବିବାହ ସୂଚନା ମିଳିବା ମାତ୍ରେ ଏହି ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଶିଶୁ ଓ ନାବାଳିକାଙ୍କୁ ଉଦ୍ଧାର କରୁଛି । ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ବିଭିନ୍ନ ସମୟରେ ଅବିଭାବକଙ୍କୁ ଗିରଫ ମଧ୍ୟ କରାଯାଇଛି । ଗତବର୍ଷ ଶେଷ ଭାଗ ଆଡକୁ ଏହି କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ରେକର୍ଡସଂଖ୍ୟାରେ ପହଞ୍ଚିଥିଲା । ନିଜେ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ସମୀକ୍ଷା କରୁଛନ୍ତି । ଏହା ସହ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking