24.5 C
Bhubaneswar
Thursday, January 16, 2025
Homeଓଡିଶାକାର୍ଯ୍ୟକାରୀ ସଭାପତି ଗ୍ରହଣ କରିବିନି: ତାରା

କାର୍ଯ୍ୟକାରୀ ସଭାପତି ଗ୍ରହଣ କରିବିନି: ତାରା

ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜର ପ୍ରତିକ୍ରିୟା ଦେଇଛନ୍ତି ଯେ, ବିଧାୟକଙ୍କ ମଧ୍ୟରୁ ଜଣକୁ ପିସିସି ସଭାପତି ପଦ ପ୍ରଦାନ କରାଯାଉ । ଜଣେ ବିଧାୟକ ସଭାପତି ହେଲେ ତାଙ୍କ ସହ ୯ ଜଣ ବୁଲିବେ ଏବଂ ଦଳ ଦମ୍ ଦେଖାଇପାରିବ । ବିଧାୟକଙ୍କ ବ୍ୟତୀତ ଆଉ କାହାକୁ ସଭାପତି କଲେ ଦଳରେ ପୁଣିଥରେ ଅସନ୍ତୋଷ ଦେଖାଦେବ । କିନ୍ତୁ ମୋତେ କାର୍ଯ୍ୟକାରୀ ସଭାପତି ପଦ ଦେଲେ ମୁଁ ଗ୍ରହଣ କରିବିନି । ଆମେ ସମସ୍ତ ବିଧାୟକ ଦଳୀୟ ନେତା ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି ଏ ପ୍ରସଙ୍ଗରେ କହିଥିଲୁ ।
ତାରାଙ୍କ କଥାକୁ ସମର୍ଥନ ଜଣାଇ ସମାନ ମତ ରଖିଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଯେଭଳି ଭାବେ ତଳମୁହାଁ ହୋଇ ଗତି କରୁଛି ସେଠାରେ ପିସିସି ସଭାପତି ପରିବର୍ତ୍ତନ ଜରୁରୀ । ଏଣୁ ଏଥିପାଇଁ ଆମେ ଓଡ଼ିଶା ପ୍ରଭାରୀ ଏ ଚେଲ୍ଲା କୁମାର, ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଭେଟି ମଧ୍ୟ ଏ ପ୍ରସଙ୍ଗରେ ଅବଗତ କରାଇଛୁ । ବର୍ତ୍ତମାନର ପସିସି ସଭାପତିଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଆମେ ଦଳର ସୁପ୍ରିମୋଙ୍କୁ ଅନୁରୋଧ କରିବା ସହ ତୃଣମୂଳ ସ୍ତରରୁ କଂଗ୍ରେସକୁ କିପରି ସୁଦୃଢ଼ କରିହେବ ସେ ସମ୍ପର୍କରେ ଅବଗତ କରିଛୁ । ଜଣେ ବିଧାୟକ ପିସିସି ସଭାପତି ହେଲେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ମଧ୍ୟ କହିଛନ୍ତି ।
ସେହିପରି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ, ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାହାକୁ ଗ୍ରହଣ କରିବୁ । ସେ ବିଧାୟକ ହୁଅନ୍ତୁ କିମ୍ବା ଦଳର କୌଣସି କର୍ମୀ କି ନେତା, ଯିଏ ବି ପିସିସି ସଭାପତି ହୁଅନ୍ତୁ ଆମେ ତାଙ୍କୁ ସ୍ୱାଗତ କରିବୁ ବୋଲି ଶ୍ରୀ ସାଲୁଜା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking