18.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିନି: ଗାଙ୍ଗୁଲି

ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିନି: ଗାଙ୍ଗୁଲି

ନୂଆଦିଲ୍ଲୀ: ପୂର୍ବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଥରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ଗାଙ୍ଗୁଲି କହିଛନ୍ତି, ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରି ନାହିଁ । ଏଥିରେ ମୋର କୌଣସି ହାତ ନାହିଁ । ଏତିକି କହିଥିଲି କି, ନାଲି ବଲ୍ ଓ ଧଳା ବଲରେ ଅଲଗା ଅଲଗା ଅଧିନାୟକ ରହିବା ଉଚିତ । ବିରାଟ କୋହଲି ୨୦୨୧ ଟି୨୦ ବିଶ୍ୱକପ ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଅଧିନାୟକତ୍ୱ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦିନିକିଆ ଏବଂ ଟେଷ୍ଟରେ ଟିମକୁ ଲିଡ କରିବା ପାଇଁ ଇଚ୍ଛା ରଖିଥିଲେ । କିନ୍ତୁ ବିସିସିଆଇ ଏହି ନିଷ୍ପତ୍ତିର ଖୁସି ନଥିଲା ।

ବିରାଟ କୋହଲି ଅଧିନାୟକ ପଦରୁ ବିଦା ହେବା ପଛରେ ଗାଙ୍ଗୁଲିଙ୍କ ହାତ ଥିବା କଥାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ ବୋର୍ଡ଼ ସଭାପତି ଥିବା ବେଳେ କୋହଲି ଅଧିନାୟକ ପଦ ଛାଡ଼ିଥିଲେ । ଏହାକୁ ନେଇ ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ୨୦୨୧ ଟି୨୦ ବିଶ୍ବକପରେ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହୋଇଯିବାରୁ କୋହଲି ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବାକୁ ଚାହୁଁଥିଲେ । କେବଳ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ରହିବାକୁ ଆଗ୍ରହୀ ଥିଲେ ।

ସେତେବେଳେ ସେ ରୋହିତ ଶର୍ମାଙ୍କୁ ଟି୨୦ ଦଳର ଅଧିନାୟକ ଦାୟିତ୍ବ ଦେବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି । ହେଲେ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିବା କଥା କେବେବି କହି ନାହାନ୍ତି ବୋଲି ତାଙ୍କ ନିଜ ସୋ ‘ପ୍ରିନ୍ସ ଅଫ୍ ବେଙ୍ଗଲ’ରେ ଗାଙ୍ଗୁଲି କହିଛନ୍ତି ।

ସାଉଥ ଆଫ୍ରିକା ଟୁର ପୂର୍ବରୁ ବିରାଟ କୋହଲିଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଥିଲା । ଗାଙ୍ଗୁଲିଙ୍କ କହିବାନୁଯାୟୀ, କୋହଲିଙ୍କ ସହିତ କଥାବାର୍ତ୍ତା ହେବା ପରେ ଦିନିକିଆ ଅଧିନାୟକରୁ ହଟା ଯାଇଥିଲା । କିନ୍ତୁ କୋହଲିଙ୍କ ବୟାନ କିଛି ଅଲଗା ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking