29.1 C
Bhubaneswar
Wednesday, May 22, 2024
Homeଓଡିଶାକୌଣସି ଦଳ ପାଇଁ ପ୍ରଚାର କରିନାହିଁ : ସୁର

କୌଣସି ଦଳ ପାଇଁ ପ୍ରଚାର କରିନାହିଁ : ସୁର

ଭୁବନେଶ୍ୱର: ‘କୌଣସି ଦଳ ପାଇଁ ପ୍ରଚାର କରିନାହିଁ । କାହା ପତକା ଧରିନି । କିଛି କାର୍ଯ୍ୟକ୍ରମ ଯୋଗଦେବା ବେଳେ ବିଜେଡି ନେତା ଓ ପୁଅ ପହଞ୍ଚିଥିଲେ । ଲୋକେ କାହାକୁ ଭୋଟ ଦେବାକୁ ପଚାରିବାରୁ ପୁଅକୁ ଦେବାକୁ କହିଛି । ଆଗକୁ ମଧ୍ୟ ଲୋକେ ପଚାରିଲେ ପୁଅକୁ ଭୋଟ ଦେବାକୁ କହିବି ।’ ଏହା ହେଉଛି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ମନ୍ତବ୍ୟ । ପୁଅ ପାଇଁ ପ୍ରଚାର ପ୍ରସଙ୍ଗରେ ପୁଣି ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସକୁ ନେଇ ସୁର ଏଭଳି କହିଛନ୍ତି । ଏହାଛଡ଼ା କଂଗ୍ରେସରେ ଥିଲି, ଅଛି ଓ ରହିବି । ଦଳ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେବ ବୋଲି ସୁର କହିଛନ୍ତି ।

ପ୍ରକାଶ ଯେ ପୁଅ ପାଇଁ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଅଡୁଆ ବଢିବାରେ ଲାଗିଛି । ଗତକାଲି ଅର୍ଥାତ ରବିବାର ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି ପିସିସି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ କମିଟି । ସେ ଦଳ ବିରୋଧୀ କାର୍ୟ୍ୟ କରିଥିବା ଅଭିଯୋଗ ଲାଗିଛି । ବିଜେଡି ପ୍ରାର୍ଥୀ ତଥା ସାନ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିଥିବା ଅଭିଯୋଗରେ ନୋଟିସ୍ ପଠାଇଛି କମିଟି । ଦଳ ବିରୋଧୀ କାର୍ୟ୍ୟ ପାଇଁ କାହିଁକି କାର୍ୟ୍ୟାନୁଷ୍ଠାନ ନିଆଯିବନି ବୋଲି ଜବାବ ଦେବାକୁ ସୁରଙ୍କୁ ନିର୍ଦ୍ଦେଶ ରହିଛି । ୨୪ ଘଣ୍ଟା ଭିତରେ ଏହାର ଉତ୍ତର ଦେବାକୁ ନୋଟିସରେ କମିଟି ନିର୍ଦ୍ଦେଶ ଦେଇଛି । କହିରଖୁଛୁ କିଛିଦିନ ପୂର୍ବରୁ ସୁର ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗିବା ସହ ବିଜେଡି ପାଇଁ ପ୍ରଚାର କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେବେଠୁ ତାଙ୍କ ଅଡୁଆ ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking