26.1 C
Bhubaneswar
Tuesday, September 17, 2024
Homeଓଡିଶାବିବାହ ବେଦୀରେ ହାଇଡ୍ରାମା: ଦ୍ୱିତୀୟ ବିବାହ ବେଳେ ପହଁଞ୍ଚିଲେ ପ୍ରଥମ ସ୍ତ୍ରୀ ଓ ୨ ଝିଅ

ବିବାହ ବେଦୀରେ ହାଇଡ୍ରାମା: ଦ୍ୱିତୀୟ ବିବାହ ବେଳେ ପହଁଞ୍ଚିଲେ ପ୍ରଥମ ସ୍ତ୍ରୀ ଓ ୨ ଝିଅ

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଳକାଟି ଦୁଲ୍ଲା ଦେବୀ ମନ୍ଦିର ବିବାହ ବେଦୀରେ ହାଇଡ୍ରାମା । ଦ୍ୱିତୀୟ ବିବାହ ବେଳେ ବେଦୀରେ ପହଁଞ୍ଚିଲେ ୨ ଝିଅଙ୍କ ସହ ପ୍ରଥମ ସ୍ତ୍ରୀ । ସ୍ଵାମୀକୁ ବେଦିରେ ଉତ୍ତମ ମଧ୍ୟମ ସହ ପୋଲିସ ଜିମା ଦେଲେ ପ୍ରଥମ ସ୍ତ୍ରୀ । ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗ୍ରାମର ଯୋଗେଶ ହାତି ୨୦୧୦ ମସିହାରୁ ଏରସମା ଥାନା ଗଣେଶ୍ଵରପୁର ଅଂଚଳର ଅହଲ୍ୟା ହାତିଙ୍କୁ ପ୍ରେମ ବିବାହ କରିଥିଲେ । ଦିର୍ଘ ଦିନ ଧରି ପରିବାରିକ ସମ୍ପର୍କ ଭଲରେ ଚାଲିଥିଲା । ଉଭୟ ଙ୍କର ୨ଟି କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି । ବଡ ଝିଅକୁ ୧୨ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୩ ବର୍ଷ । ଯୋଗେଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହେବାରୁ ପରିବାରରେ ଫାଟ ସୃଷ୍ଟି ହୋଇଥିଲା ।

ଆଜି ଯୋଗେଶ ବାଳକାଟି ଦୁଲ୍ଲା ଦେବୀ ମନ୍ଦିର ପରିସରରେ ଲୁଚି କରି ବିବାହ କରୁଥିବା ଅହଲ୍ୟା ଖବର ପାଇଥିଲେ । ୨ ଝିଅଙ୍କ ସହ ଅହଲ୍ୟା ବିବାହ ବେଦୀରେ ପହଁଞ୍ଚି ବା ପରେ ଯୋଗେଶ ବିବାହ କରୁଥିବା ଦେଖିଥିଲେ । ଯୋଗେଶଙ୍କୁ ବିବାହ ବେଦୀରେ ଉତ୍ତମ ମଧ୍ୟମ ଦେବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ବିବାହ କରୁଥିବା ଯୁବତୀ ଚମ୍ପଟ ମାରିଥିଲେ । ଉପସ୍ଥିତ ଲୋକେ ଘଟଣାକୁ ବୁଝିପାରି ନଥିଲେ । ପରେ ଅହଲ୍ୟା ସମସ୍ତ ଘଟଣା ଜଣାଇବା ସହ ବାଳକାଟି ଫାଣ୍ଡିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ପହଁଞ୍ଚି ଯୋଗେଶକୁ ଫାଣ୍ଡିରେ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking