26.1 C
Bhubaneswar
Thursday, September 19, 2024
Homeଓଡିଶାବିଶିଷ୍ଟ ସାହିତ୍ୟିକ ହୁସେନ ରବିଗାନ୍ଧୀଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ହୁସେନ ରବିଗାନ୍ଧୀଙ୍କ ପରଲୋକ

ଭୁବନେଶ୍ୱର: ବଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧିଙ୍କ ପରଲୋକ। ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ​‌ ୭୫ ବର୍ଷ ହୋଇଥିଲା। ହୁସେନ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ‘ଉତ୍କଳ ପ୍ରସଙ୍ଗ’ର ଥିଲେ ସମ୍ପାଦକ। ସାହିତ୍ୟ କ୍ଷେତ୍ରରେ ସେ ଏକାଧିକ ପୁସ୍ତକ ଲେଖିଥିଲେ।

ହୁସେନ ରବି ଗାନ୍ଧୀ ଓଡ଼ିଆ ଲେଖକ ଏବଂ ଓଡ଼ିଶାର ଜଣେ ରାଜନେତା ଅଟନ୍ତି । ୧୯୮୫ ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ। ‘ଜାଗ୍ରତ ଓଡିଶା’ର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଥିଲେ। ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ୧୯୯୪ ମସିହାରେ ତାଙ୍କୁ କଟକ ମେୟରଙ୍କଦ୍ୱାରା “ବିପ୍ଳବୀ ଲୋକ କବି”ର ଆଖ୍ୟା ପ୍ରଦାନ କରାଯାଇଥିଲା । ୧୯୯୬ ମସିହାରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଂଗଠନ ପକ୍ଷରୁ ଓଡ଼ିଶାର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଉତ୍କଳ ଜ୍ୟୋତି ଆଖ୍ୟା ପ୍ରଦାନ କରିଥିଲେ । ୧୯୯୩ ମସିହାରେ ଭାରତର ପୂର୍ବତନ ରାଷ୍ଟ୍ରପତି “ଜ୍ଞାନୀ ଜୈଲ ସିଂ”ଙ୍କଦ୍ୱାରା ଧର୍ମନିରପେକ୍ଷ ‘ଭାରତ ହରମୋନି’ ପୁରସ୍କାର ଏବଂ ଓଡ଼ିଆ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ ମସିହାରେ ଗଙ୍ଗାଧର ମେହେର କବିତା ପୁରସ୍କାର ପାଇଥିଲେ । ହୁସେନ ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୮-୨୦୧୦)ରେ ସଭାପତି ଭାବରେ କାର୍ଯ୍ୟ କରିଥିଲେ।

ହୁସେନ ୨୩ ଏପ୍ରିଲ ୧୯୪୮ ମସିହାରେ ଯାଜପୁରର ହଳଦିଗାଡିଆରେ ଜନ୍ମଗ୍ରହଣ କରିଥିଲେ। ସେ ଚୌଧୁରୀ ମହମ୍ମଦ ମୋଜାମିଲ ହୁସେନଙ୍କ ଜ୍ୟେଷ୍ଠପୁତ୍ର ଏବଂ ତାରାକୋଟେ ରାଜ୍ୟର ଶେଷ ଶାସକ ଚୌଧୁରୀ ମହମ୍ମଦ ଦାବିରୁଦ୍ଦିନଙ୍କ ନାତି ଅଟନ୍ତି । ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମହମ୍ମଦ ହୁସେନ ତାଙ୍କର ସାନ ଭାଇ ଅଟନ୍ତି ।

ସେ ପ୍ରଥମେ କୋରାଇ ଏମ.ଇ (ମଧ୍ୟମ ଇଂରାଜୀ) ବିଦ୍ୟାଳୟରେ ଏବଂ ପରେ ବରଗଡ ଜିଓର୍ଜ ଉଚ୍ଚ ବିଦ୍ୟାଳୟରେ ପଢିଥିଲେ । ହୁସେନ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ସମ୍ବଲପୁରର ଲଜପତ ରାୟ ଆଇନ କଲେଜରୁ ନିଜର ଏଲ.ଏଲ.ବି ଶିକ୍ଷା ଗ୍ରହଣ କରିଥିଲେ । ସେ କଟକର ଓଡ଼ିଶା ହାଇକୋର୍ଟରେ କିଛି ଦିନ ପାଇଁ ଆଇନର ଅଭ୍ୟାସ କରିଥିଲେ। ସେ ଓଡ଼ିଶାର ବିଭିନ୍ନ ବିଭାଗରେ ଅଧ୍ୟୟନ କରୁଥିବା ହେତୁ ଏହା ତାଙ୍କୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ବିଭିନ୍ନ ଉପଭାଷା ଶିଖିବାର ସୁଯୋଗ ଦେଇଥିଲା । ପରେ ସେ ୧୯୯୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ପି.ଏଚ.ଡି କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking