27.1 C
Bhubaneswar
Friday, June 28, 2024
Homeଅପରାଧସ୍ୱାମୀ ସାଜିଲା ସଇତାନ; ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା

ସ୍ୱାମୀ ସାଜିଲା ସଇତାନ; ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା

ରାଇରଙ୍ଗପୁର: ସଇତାନ ସାଜିଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରି ଫିଙ୍ଗି ଦେଲା ଜଙ୍ଗଲରେ । ଦିନେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି କରିବ ବୋଲି ହାତ ଧରିଥିଲା । ହେଲେ ଆଜି ଅନ୍ୟ ଏକ ଝିଅ ପ୍ରେମରେ ପଡି ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛେଇଲାନି ନୃଶଂସ ସ୍ୱାମୀ । ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବିଶିପୁର ଗ୍ରାମରେ । ସୂଚନା ଅନୁଯାୟୀ, ବିଶିପୁର ଗ୍ରାମର ମଧୁସୂଦନ ମହାନ୍ତ ଗତ ୮-୯ ବର୍ଷ ପୂର୍ବରୁ ନିରୂପମା ମହାନ୍ତ ନାମକ ଏକ ଝିଅକୁ ପ୍ରେମବିବାହ କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଲେଖା ହୋଇଥିଲା । ସାତ ଜନ୍ମ ପାଇଁ ଯିଏ ହାତ ଧରି ପ୍ରେମବିବାହ କରିଥିଲା, ଆଜି ସିଏ ଅନ୍ୟ ଏକ ଝିଅର ପ୍ରେମରେ ପଡ଼ି ନିଜ ସ୍ତ୍ରୀକୁ ହତ୍ୟା କରି ଫିଙ୍ଗି ଦେଇଥିଲା । ତେବେ ଏହି ହତ୍ୟା ଘଟଣାକୁ ନିରୂପମାର ବାପଘର ଲୋକେ ଗତ ୧୮ତାରିଖରେ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି ।

ଘଟଣାରେ ପ୍ରକାଶ ଯେ, ଗତ ୧୬ ତାରିଖ ଦିନ ନିରୂପମା ମହାନ୍ତ ପାଟବିଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ତେବେ ସେ ଘରକୁ ଫେରିବା ପରେ ନିଜେ ରହୁଥିବା ଘରର ଚାବି ମାଗିବା ପରେ କୌଣସି କାରଣରୁ ଶ୍ୱଶୁର ଘର ଲୋକଙ୍କ ସହିତ ଝଗଡା ହୋଇଥିଲା । ତେବେ ଏହି ଘଟଣା ପରେ ହଠାତ୍ ନିରୂପମା ମହାନ୍ତ ଗ୍ରାମରୁ ନିଖୋଜ ହୋଇ ଯାଇଥିଲେ । ହେଲେ ଏହି ଘଟଣାକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରି ନଥିଲେ । ଏନେଇ ଗ୍ରାମବାସୀ ନିରୂପମାର ବାପଘର ଲୋକଙ୍କୁ ଏସମ୍ପର୍କରେ ଖବର ଦେଇଥିଲେ । ପରେ ଗତ ୧୮ ତାରିଖରେ ବାପଘର ଲୋକେ କରଞ୍ଜିଆ ଥାନାରେ ଝିଅ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ଆଧାରରେ କରଞ୍ଜିଆ ଥାନା ପୋଲିସ ନିରୂପମାଙ୍କ ସ୍ୱାମୀ ମଧୁସୂଦନ ମହାନ୍ତ ଏବଂ ତାଙ୍କ ଶ୍ୱଶୁରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking