25.1 C
Bhubaneswar
Saturday, January 18, 2025
Homeଓଡିଶା୧୭ ବର୍ଷର ବିବାହ ପରେ ପ୍ରଥମ ପତ୍ନୀଙ୍କୁ ଧୋକ୍କା ଦେଲା ସ୍ୱାମୀ, ତା’ ପରେ କ’ଣ...

୧୭ ବର୍ଷର ବିବାହ ପରେ ପ୍ରଥମ ପତ୍ନୀଙ୍କୁ ଧୋକ୍କା ଦେଲା ସ୍ୱାମୀ, ତା’ ପରେ କ’ଣ ପୁରା ଘଟଣା ଜାଣନ୍ତୁ….

ପୁରୀ : ବିବାହର ୧୭ ବର୍ଷ ପରେ ପତ୍ନୀ ଓ ୨ ଝିଅଙ୍କୁ ଛାଡ଼ି ଯୁବକଙ୍କ ବିବାହକୁ ନେଇ ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଏହି ଘଟଣାରେ ତୁରନ୍ତ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି । ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ଥାନା ମଣିଜଙ୍ଗପାଟଣା ଗ୍ରାମର ଗୌରୀଲୋଚନ ରାଉତରାୟଙ୍କୁ କଟକ ଜିଲ୍ଲା ଜଗତ୍‌ପୁର ଥାନା ପରଙ୍କୁଟିଆ ଢ଼ିହସାହି ଗ୍ରାମର ସନ୍ତୋଷ ନାୟକ ୧୭ ବର୍ଷ ତଳେ ରେଜିଷ୍ଟ୍ରି ବିବାହ କରିଥିଲେ । ବିବାହ ପରେ ନିଜ ପତ୍ନୀଙ୍କୁ ନେଇ ଭୁବନେଶ୍ୱରରେ ଏକ ଭଡ଼ାଘର କରି ରହିଥିଲେ । ବିବାହ ପରେ ୨ଟି କନ୍ୟା ସନ୍ତାନ ମହିଳାଙ୍କ ଜନ୍ମ ହୋଇଥିଲେ । କୌଣସି ଏକ ଘଟଣାକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଗତ ୪ ବର୍ଷ ତଳୁ ଭଡ଼ାଘରୁ ସନ୍ତୋଷ ଲୁଚି ପଳାଇ ନିଜ ଗ୍ରାମରେ ଏକ ଯୁବତୀକୁ ବିବାହ କରି ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ପ୍ରଥମ ପତ୍ନୀ ଗୌରୀଲୋଚନ ଜାଣି ପାରି ନିମାପଡ଼ା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ପାରିନାହିଁ । ଗୌରୀଲୋଚନଙ୍କର ସ୍ୱାମୀକୁ ୪୨ ବର୍ଷ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ସମସ୍ୟା ଠିଆ ହୋଇଛି । ତପସ୍ୱିନୀ ଠାରୁ ଆରମ୍ଭ କରି ବହୁ ମହିଳା ନିର୍ଯ୍ୟାତନାର ଶୀକାର ହୋଇ ସେମାନଙ୍କ ସଂସାର ଉଜୁଡ଼ି ଯାଉଛି । ଗୌରୀଲୋଚନଙ୍କ କ୍ଷେତ୍ରରେ ମଧ୍ୟ ସେହି ପରି ଏକ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତକୁ ତୁରନ୍ତ ଦଣ୍ଡବିଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking