28.1 C
Bhubaneswar
Tuesday, June 17, 2025
Homeଅପରାଧସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, କାହିଁକି ଜାଣନ୍ତୁ....

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, କାହିଁକି ଜାଣନ୍ତୁ….

ହାଇଦ୍ରାବାଦ: ନାମ ବଦଳାଇ ପତ୍ନୀ କରିଥିଲା ୩ବିବାହ । ପୂର୍ବତନ ସ୍ୱାମୀ ସହ ମଧ୍ୟ ଥିଲା ସମ୍ପର୍କ । ଭିଡିଓ କଲରେ କଥା ହେବା ସମୟରେ ପୂର୍ବତନ ସ୍ୱାମୀ ସହ ଧରାପଡିବା ପରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗାଜିଆବାଦ ସହରରେ । ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରିବା ପରେ ହତ୍ୟାକାଣ୍ଡର ପଛର ଏପରି ନାଟକୀୟ କାରଣ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗାଜିଆବାଦର ବିଜୟ ନଗର ପୋଲିସ ଷ୍ଟେସନ ଅଧୀନ କାଂଶୀରାମ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ୨୬ ତାରିଖରେ କଲୋନୀରେ ଏକ ଘରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଥିବା ସୂଚନା ପାଇ ସ୍ଥାନୀୟ ପୋଲିସ ପହଞ୍ଚିଥିଲା । ମୃତଦେହ ଜବତ କରିବା ପରେ ତାହା ବିନୋଦ ଶର୍ମା ନାମକ ଜଣେ ସ୍ଥାନୀୟ ଯୁବକଙ୍କ ପତ୍ନୀ ଭୟା ଶର୍ମା ବୋଲି ଚିହ୍ନଟ ହୋଇଥିଲେ ।

ହେଲେ ଘଟଣାସ୍ଥଳରୁ ବିନୋଦ ଫେରାର ହୋଇଯାଇଥିବାରୁ ତାକୁ ନେଇ ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା । ପରେ ପୋଲିସ ତାକୁ ଗିରଫ କରି ହତ୍ୟାକାଣ୍ଡର କାରଣ ଫର୍ଦ୍ଦାଫାସ କରିଥିଲା । ଅଭିଯୁକ୍ତ ସ୍ୱାମୀ ବିନୋଦ ନିଜେ ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିବା ସହ କାରଣ ସମ୍ପର୍କରେ ବିସ୍ଫୋରକ ବୟାନ ମଧ୍ୟ ଦେଇଥିଲା । ପତ୍ନୀ ଭୟା ଶର୍ମା ତାକୁ ବିବାହ କରିବା ପୂର୍ବରୁ ନାମ ପରିବର୍ତ୍ତନ କରି ୨ଟି ବିବାହ କରିଥିଲେ । ଭୟାଙ୍କ ପ୍ରଥମ ସ୍ୱାମୀଙ୍କ ନାମ ଯୋଗେନ୍ଦ୍ର କୁମାର, ଦ୍ୱିତୀୟ ସ୍ୱାମୀଙ୍କ ନାମ ଅନିସ୍ ଅନସାରୀ ଓ ସେ ଉଭୟଙ୍କ ଠାରୁ ଅଲଗା ହେବା ପରେ ତାକୁ ବିବାହ କରିଥିବା ପୋଲିସକୁ ସୂଚନା ଦେଇଥିଲା ଅଭିଯୁକ୍ତ ବିନେଦ । ହେଲେ ବିନୋଦ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ସ୍ତ୍ରୀ ଭୟାକୁ ଭିଡିଓ କଲ କରିଥିଲା । ଏହି ସମୟରେ ଭୟାଙ୍କ ସହ ପୂର୍ବତନ ପତି ଅନିସ୍ ଅନସାରୀଙ୍କୁ ଦେଖିବାକୁ ପାଇ ଉତ୍ତେଜିତ ହୋଇପଡିଥିଲା ବିନୋଦ ସେହି କାରଣରୁ ସେ ଭୟାକୁ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking