29.1 C
Bhubaneswar
Tuesday, April 28, 2026
Homeଓଡିଶାସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ଵାମୀ

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ଵାମୀ

ସୁନ୍ଦରଗଡ଼: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ଵାମୀ। ସୁନ୍ଦରଗଡ଼ ହେମଗିରି ଥାନା ଖୁଟିପାନି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି। ସୂଚନାନୁଯାୟୀ, ବୁଧବାର ହେମଗିରି ସାପ୍ତାହିକ ହାଟକୁ ମୁକୁଲ ଧନବାର ସ୍ତ୍ରୀ ପୁଷ୍ପା ଧନବାର ସହ ଆସି ବଜାର କରି ଘରକୁ ଫେରିଥିଲେ। ଫେରିବା ବାଟରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମୁକୁଲ ଏକ ଗଛ ଡାଳ ଭାଙ୍ଗି ପୁଷ୍ପାକୁ ମାଡ଼ ମାରିଥିଲା। ଫଳରେ ପୁଷ୍ପା ବେହୋସ୍ ହୋଇଯାଇଥିଲେ। ଏହାପରେ ମୁକୁଲ ତାଙ୍କୁ କାନ୍ଧରେ ଘର ପର୍ୟ୍ୟନ୍ତ ବୋହି ଆଣିଥିଲେ। ହେଲେ ପୁଷ୍ପା ଆଉ ଉଠି ନଥିଲେ। ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୁଷ୍ପାଙ୍କ ପୁଅ ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ହେମଗିରି ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀ ମୁକୁଲକୁ ଅଟକ ରଖି ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking