ବାରିପଦା: ନିଜ ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଡାକ୍ତର ସ୍ୱାମୀ ଗିରଫ ହୋଇଛି । ଡାକ୍ତର ଜଣଙ୍କ ହେଉଛନ୍ତି ଖଗେଶ୍ୱର ମାରାଣ୍ଡି । ସେ ପୁରୀ ଜିଲ୍ଲା ହସ୍ପିଟାଲରେ ପ୍ରସୂତୀ ଓ ସ୍ତ୍ରୀରୋଗ ଡାକ୍ତର ଭାବେ କାର୍ଯ୍ୟରତ ରହିଛନ୍ତି । ବାରିପଦା ଭଞ୍ଜପୁର ଥାନାରେ ଅଭିଯୋଗ ପରେ ପୁଲିସ ଡାକ୍ତର ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ଯେ, ମୋ ସ୍ୱାମୀଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ରହିଛି । ମୋତେ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଆସୁଛନ୍ତି । ତାଙ୍କ ଭାଇ ଜ୍ୟୋତିପ୍ରକାଶ ହାଁସଦାଙ୍କ ସାହାଯ୍ୟରେ ଶାଶୁଘରେ ଥିବା ବେଳେ ମୋ ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ଭିଡିଓ ଉତ୍ତୋଳନ କରି ବ୍ଲାକ୍ମେଲ୍ କରୁଛନ୍ତି । ଏଥିରେ ମୋର ସମ୍ମାନହାନୀ ଘଟିଛି । ସମାଜରେ ମୁଣ୍ଡ ଉଠାଇ ଚାଲୁ ପାରୁନାହିଁ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଡାକ୍ତର ସ୍ୱାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।