ବ୍ରହ୍ମପୁର:ଯୌତୁକ ନିମନ୍ତେ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ନିମଖଣ୍ଡି ଥାନା ପୁଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଳେ ନିମଖଣ୍ଡି ଗ୍ରାମର ପିଣ୍ଟୁ ଦାସ ବୋଲି ପୁଲିସ କହିଛି । ଆଜି ଅଭିଯୁକ୍ତ ପିଣ୍ଟୁଙ୍କୁ ପୁଲିସ ମାମଲା ନଂ ୨୦୦/୨୩ରେ କୋର୍ଟଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ ଗତ ୨୦୧୯ ମସିହାରେ ନିମଖଣ୍ଡି ଗ୍ରାମର ସାଗରିକା ନେପାକଙ୍କୁ ସେହି ଗ୍ରାମର ପିଣ୍ଟୁ ଦାସଙ୍କୁ ବିବାହ କରିଥିଲେ । ବିବାହ ୩ ବର୍ଷ ପର୍ଯ୍ୟନ୍ତି ସବୁ ଠିକ୍ ଚାଲିଥିବା ବେଳେ ଉଭୟଙ୍କ ଏକ ସନ୍ତାନ ରହିଛି । କିଛି ବର୍ଷ ହେବେ ସ୍ୱାମୀ ପିଣ୍ଟୁ ଯୌତୁକ ନିମନ୍ତେ ବିଭିନ୍ନ ସମୟରେ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଥାନାରେ ଅଭିଯୋଗ କରିଛନ୍ତି ।
କିନ୍ତୁ ଗତ ୨୭ ତାରିଖରେ ମହିଳା ଜଣଙ୍କ ପିଣ୍ଟୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ସେ କୌଶଳ କ୍ରମେ ସେଠାରୁ ଖସି ତାଙ୍କ ବାପାଙ୍କ ଘରକୁ ଚାଲିଆସିଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ଘଟଣାରେ ପୁଲିସ ଆଜି ତାଙ୍କ ସ୍ୱାମୀ ପିଣ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।