28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକାଠି ଚାକିରି କରିପାରିବେ ନାହିଁ ସ୍ୱାମୀ-ସ୍ତ୍ରୀ: ହାଇକୋର୍ଟ

ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକାଠି ଚାକିରି କରିପାରିବେ ନାହିଁ ସ୍ୱାମୀ-ସ୍ତ୍ରୀ: ହାଇକୋର୍ଟ

ଲକ୍ଷ୍ନୌ : ଲକ୍ଷ୍ନୌ ହାଇକୋର୍ଟ ଚାକିରିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସ୍ୱାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି କରିବା ମାମଲାରେ ଏକ ପିଟିଶନ କୋର୍ଟରେ ଦାଖଲ କରାଯାଇଥିଲା । ଜଷ୍ଟିସ ପ୍ରକାଶ ଶୁକ୍ଲାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି, ସ୍ୱାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟସ୍ଥଳୀରେ ଏକାଠି ନିଯୁକ୍ତି ହେବା ଗ୍ରହଣୀୟ ନୁହେଁ । ଏନେଇ ତାଙ୍କୁ କୌଣସି ଅଧିକାର ଦିଆଯାଇ ନାହିଁ ।

ଏ ସମ୍ପର୍କରେ ଉକ୍ତ ବିଭାଗ ବିଚାର କରି ପାରିବେ । ମାତ୍ର ଏହା ଜରୁରୀ ନୁହେଁ କି, ସ୍ୱାମୀ-ସ୍ତ୍ରୀ ଗୋଟିଏ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକାଠି କାମ କରିବେ । ଲକ୍ଷୌ ହାଇକୋର୍ଟରେ ସ୍ୱାମୀ-ସ୍ତ୍ରୀ ଗୋଟିଏ ସ୍ଥାନରେ ଚାକିରି କରିବା ନେଇ କୋର୍ଟରେ ଆବେଦନ କରିଥିଲେ । ବେସିକ୍ ଶିକ୍ଷା ବିଭାଗ ଯାଚିକାକୁ ଖାରଜ କରିବା ସହ ଟ୍ରାନ୍ସଫର ଉପରେ ସହମତି ହୋଇ ନ ଥିଲେ । ହାଇକୋର୍ଟରେ ଆବେଦନ ସମୟରେ କୁହାଯାଇଥିଲା କି, ସ୍ୱାମୀ-ସ୍ତ୍ରୀ ଏନଏଚପିସି, ଭେଲ୍‌, ଇଣ୍ଟରମିଡିଏଟ କଲେଜ, ସରକାରୀ ବ୍ୟାଙ୍କ, ଏଲଆଇସି, ବିଦ୍ୟୁତ ବିତରଣ ନିଗମ, ପାୱାର କର୍ପୋରେଶନ ଏବଂ ପବ୍ଲିକ ସେକ୍ଟରରେ ନିଯୁକ୍ତି ପାଇଛନ୍ତି । ମାତ୍ର ତାଙ୍କର ପୋଷ୍ଟିଂ ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବାରୁ ସେମାନଙ୍କୁ ଅଲଗା ରହିବାକୁ ପଡୁଛି । ତେଣୁ ଦୁହିଁଙ୍କୁ ଗୋଟିଏ କାର୍ଯ୍ୟସ୍ଥଳୀରେ ନିଯୁକ୍ତି ଦେବାକୁ ଆବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking