ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳର ପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ୱାର୍ଡ଼ମେମ୍ବର, ବ୍ଲକ ସଭାପତି ଓ ଜିଲ୍ଲାପରିଷଦ ପ୍ରାର୍ଥୀ ସାମିଲ ଅଛନ୍ତି । ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ । ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।
ମିଶ୍ରଣ ପର୍ବରେ ବିଜେପି ଛତ୍ରପୁର ମଣ୍ଡଳର ପୂର୍ବତନ ସଭାପତି ବ୍ରଜମୋହନ ଆଚାର୍ଯ୍ୟ, ପୂର୍ବତନ ଗଞ୍ଜାମ ଜିଲ୍ଲା ସମ୍ପାଦକ ପି. ଧର୍ମ ରେଡ୍ଡୀ, ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚାର ପୂର୍ବତନ ସାଧାରଣ ସମ୍ପାଦକ କେ. ମଗତା ପାତ୍ର, ପୂର୍ବତନ ବ୍ଲକ ସଭାପତି ତଥା ସରପଞ୍ଚ ଆର. ନରହରି ରେଡ୍ଡୀ, ଛତ୍ରପୁର ଜୋନ୍ ୧୯ର ପୂର୍ବତନ ଜିଲ୍ଲାପରିଷଦ ପ୍ରାର୍ଥୀ ଆର୍. ନମିତା ରେଡ୍ଡୀ, କାନାମନା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟଲକ୍ଷ୍ମୀ ବେହେରା, ଟି. ବାବୁ ରାଓ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ବାଦଲ କୁମାର ବେହେରା, କାନାମନାର ଗ୍ରାମପଞ୍ଚାୟତର ୱାର୍ଡ଼ମେମ୍ବର ଜି. ପୁଷ୍ପା ରେଡ୍ଡୀ, କାନାମନାର ଗ୍ରାମପଞ୍ଚାୟତର ପୂର୍ବତନ ୱାର୍ଡ଼ମେମ୍ବର ଏନ୍. ଗଣେଶ ରେଡ୍ଡୀ, ବି. ବୈରାଗୀ, ମୁନା ପ୍ରଧାନ, କାନାମନାର ଗ୍ରାମପଞ୍ଚାୟତର ଫିରୋଜ କୁମାର ବେହେରା, ଏ. ରାଜେନ୍ଦ୍ର ରାଓ, ତ୍ରିଲୋଚନ ସେଠୀ, ସଞ୍ଜୟ ବେହେରା, ମନୋଜ କୁମାର ବେହେରା, ମୋହନ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ସତ୍ୟ ସାହୁ, ସୁଦର୍ଶନ ସ୍ୱାମୀ, ବଳରାମ ପ୍ରଧାନ, ଅଶ୍ୱିନୀ ବେହେରା, ଜି. ବାସୁଦେବ ରାଓ, ସଞ୍ଜୀବ ରାଓ, ମାନସ ବେହେରା, ଈଶ୍ୱର ସାହୁ, ହରି କୃଷ୍ଣ ମହାକୁଡ଼, ଲବ ପ୍ରଧାନ, କୁଶ ପ୍ରଧାନ, ପି. ମୋହନ ରେଡ୍ଡୀ, ଦିଲି ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ପି. କଣ୍ଡେଷୁ ରେଡ୍ଡୀ, ଚତୁର୍ଭୂଜ ପ୍ରଧାନ, ସୋଇତା ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଅଶୋକ ବେହେରା, କାଲିପାଲ୍ଲୀ ଗ୍ରାମପଞ୍ଚାୟତର ରଞ୍ଜନ ବେହେରା, ଭିକାରୀପାଲ୍ଲୀ ଗ୍ରାମପଞ୍ଚାୟତର ସନ୍ତୋଷ ରଥ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀଯୁକ୍ତ ଗୋପବନ୍ଧୁ ଦାଶ ମଧ୍ୟ ଉପସ୍ଥିତ ଥିଲେ ।