27.1 C
Bhubaneswar
Sunday, September 29, 2024
Homeଓଡିଶାଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିଲେ ହ୍ୟୁମାନ: ଶ୍ରେୟା

ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିଲେ ହ୍ୟୁମାନ: ଶ୍ରେୟା

କଟକ: ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ପତ୍ନୀ ଶ୍ରେୟା ଲଗାଇଥିବା ଘରୋଇ ହିଂସା ଅଭିଯୋଗରେ ଆଜି ଥାନାରେ ଉଭୟ ପକ୍ଷ ହାଜର ହୋଇଛନ୍ତି। ଥାନାରୁ ବାହାରିବା ପରେ ଏହି ସମସ୍ତ ମାମଲା ମିଛ ବୋଲି ହ୍ୟୁମାନ କହିଥିବା ବେଳେ ପତ୍ନୀ ଶ୍ରେୟା ସ୍ୱାମୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ହ୍ୟୁମାନ ମଦ ପିଇ ତାଙ୍କର ବେକ ଚିପି ହତ୍ୟା ଉଦ୍ୟମ କରିଥିଲେ, ଦୈନିକ ମଦ ପିଇ ତାଙ୍କୁ ଅକଥନୀୟ ଅତ୍ୟାଚାର ମଧ୍ୟ କରନ୍ତି ବୋଲି ସେ କହିଛନ୍ତି,।

କେବଳ ଏତିକି ନୁହେଁ ହ୍ୟୁମାନ ଜଣେ ଖ୍ରୀଷ୍ଟିଆନ୍ ଧର୍ମୀୟ ଲୋକେ ହୋଇଥିବା ବେଳେ ଶ୍ରେୟା ହିନ୍ଦୁ ବ୍ରାହ୍ମଣ ଅଟନ୍ତି । ତେଣୁ ଶ୍ରେୟା ବିବାହ ପରେ ତାଙ୍କର ଧର୍ମ ପରିବର୍ତ୍ତନ କରନ୍ତୁ ବୋଲି ମଧ୍ୟ ହ୍ୟୁମାନ ଚାପ ପକାଇବା କଥା ଶ୍ରେୟାଙ୍କ ଓକିଲ କହିଛନ୍ତି। ସେହିପରି ଶ୍ରେୟାଙ୍କ ବାପା କହିଛନ୍ତି ଯେ, ହ୍ୟୁମାନ ତାଙ୍କଠୁ ବିଭିନ୍ନ ସମୟରେ ୧୦ ଲକ୍ଷ, ୫ ଲକ୍ଷ ଏବଂ ଦାମୀ କାର୍ ଯୌତୁକରେ ମାଗିଛନ୍ତି। ସେହିପରି ହ୍ୟୁମାନ ଅନ୍ୟ ଝିଅ ସହିତ ସମ୍ପର୍କରେ ଥିବା କଥା ମଧ୍ୟ ତାଙ୍କର ପତ୍ନୀ ଅଭିଯୋଗ କରିଛନ୍ତି।

ତେବେ ଥାନାରୁ ବାହାରିବା ପରେ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଛ ବୋଲି ହ୍ୟୁମାନ କହିଛନ୍ତି । ସେ ଜଣେ ହତ୍ୟାକାରୀ ନୁହନ୍ତି, ତେଣୁ ସେ କାହିଁକି ଏଭଳି କରିବେ ବୋଲି କହିଛନ୍ତି । ଅନ୍ୟପଟେ ହ୍ୟୁମାନଙ୍କ ମା’ ବୋହୁ ଶ୍ରେୟା ଉପରେ ମଧ୍ୟ ବଡ଼ ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଯେ, ‘ଶ୍ରେୟା ଘରେ ତାଙ୍କର ଝିଅ କିମ୍ବା ସ୍ୱାମୀଙ୍କର କୌଣସି ଦାୟିତ୍ୱ ନେଇନଥାନ୍ତି। ନିଜେ ମଦ ପିଇ ହ୍ୟୁମାନଙ୍କୁ ମଧ୍ୟ ସେ ମଦ ପିଆଇଥାନ୍ତି । ତେବେ ଶ୍ରେୟା ନାଁରେ ସମସ୍ତ ପ୍ଲଟ୍‌, ଟଙ୍କା ଏବଂ ଜମି ରହିଥିବା ବେଳେ ଯୌତୁକ ଅଭିଯୋଗ ଭିତ୍ତିହୀନ ଅଟେ। କିନ୍ତୁ ଆଗକୁ ସମୟ ଆସିଲେ ବଡ଼ ଖୁଲାସା ସେ କରିବେ ବୋଲି କହିଛନ୍ତି।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking