27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଆଇସକ୍ରିମରୁ ମାନବ ଆଙ୍ଗୁଳି ବାହାରିବା ଘଟଣା : ପ୍ରତିକ୍ରିୟା ରଖିଲା କମ୍ପାନି

ଆଇସକ୍ରିମରୁ ମାନବ ଆଙ୍ଗୁଳି ବାହାରିବା ଘଟଣା : ପ୍ରତିକ୍ରିୟା ରଖିଲା କମ୍ପାନି

ମୁମ୍ବାଇ : ମୁମ୍ବାଇର ଜଣେ ଡାକ୍ତର ଅନ୍‌ଲାଇନ୍‌ରୁ ୟୁମୋ ବଟରସ୍କଟ୍ ଆଇସ୍‌କ୍ରିମ୍‌ ଅର୍ଡର କରିଥିଲେ। ଅର୍ଡର ଯେତେବେଳେ ଘରେ ପହଞ୍ଚିଥିଲା ଆଇସକ୍ରିମ କୋନ୍‌ରୁ ମାନବ ଆଙ୍ଗୁଳି ବାହାରିଥିବା ଡାକ୍ତର ମାଲାଦା ପୁଲିସରେ ଅଭିଯୋଗ କରିଥିଲେ। ମାଲଦା ପୁଲିସରେ ୟୁମୋ ଆଇସକ୍ରିମ କମ୍ପାନି ବିରୋଧରେ ଏକ ମାମଲା ଦାୟର କରାଯାଇଛି ଏବଂ ମାନବ ଆଙ୍ଗୁଳି ବାହାରିଥିବା ଆଇସକ୍ରିମ ନମୁନାକୁ ଫୋରେନସିକ୍ ଯାଞ୍ଚ୍‌ ପାଇଁ ପଠାଇ ଦିଆଯାଇଛି। ଏହି ଘଟଣାରେ ୟାମୋ କମ୍ପାନି ପ୍ରତିକ୍ରିୟା ଦେଇ କହିଛି, ଗତକାଲି ଜଣେ ଗ୍ରାହକଙ୍କ ଠାରୁ ଆମେ ଆଇସକ୍ରିମରେ ମଣିଷର କଟା ଆଙ୍ଗୁଳି ବାହାରିଥିବାର ଅଭିଯୋଗ ପାଇଥିଲୁ। ଏହି ଘଟଣାକୁ ଆମେ ତଦନ୍ତ ଆରମ୍ଭ କରି ଦେଇଛୁ। କାରଣ ଆମ କମ୍ପାନି ସାମଗ୍ରୀ ପ୍ରସ୍ତୁତ ବେଳେ ପ୍ରଥମେ ଖାଦ୍ୟର ଗୁଣବତ୍ତା ଓ ଗ୍ରାହକଙ୍କ ପାଇଁ କେତେ ସୁରକ୍ଷିତ ତାହା ଉପରେ ପ୍ରାଧାନ୍ୟ ଦେଇଥାଏ। ଆମେ ଏହି ଯାଞ୍ଚରେ ପୁଲିସକୁ ସମସ୍ତ ପ୍ରକାର ସହଯୋଗ ବି କରିବୁ।’ ସୂଚନା ଯୋଗ୍ୟ ଯେ, ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷ ବୟସ୍କା ଅଭିଯୋଗକାରୀ ୟାମୋ କମ୍ପାନିର ଏକ ବଟରସ୍କଟ୍ ଆଇସ୍କ୍ରିମ୍ କୋନ୍‌ ବରାଦ କରିଥିଲେ।ମଧ୍ୟାହ୍ନ ଭୋଜନ ପରେ ଆଇସ୍କ୍ରିମ୍ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ ଆଙ୍ଗୁଠି ଦେଖିବାକୁ ପାଇଥିଲେ। ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking