31.1 C
Bhubaneswar
Thursday, July 4, 2024
Homeଧର୍ମକିଭଳି ବଡ ଦେଉଳକୁ ସୁରକ୍ଷା ଦେବା

କିଭଳି ବଡ ଦେଉଳକୁ ସୁରକ୍ଷା ଦେବା

ବ୍ୟୁରୋ : ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ସାମୁଦ୍ରିକ ଲୁଣି ହାୱାର ପ୍ରଭାବରୁ ରକ୍ଷା କରିବା ପାଇଁ ବହଳ ଚୂନ ପ୍ରଲେପ ଦିଆ ଯାଇଥାଏ । ଏହି ପ୍ରସଙ୍ଗରେ ଚିନ୍ତା କଲେ ମନକୁ ଆସେ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ନାନାଦି ଦୁର୍ଘଟଣା ଘଟିଛି। ମୁଖ୍ୟତଃ ଗର୍ଭଗୃହରୁ ବଡ଼ ବଡ଼ ପଥର ଖସିବାର ଇତିହାସ ଆମ ପାଖରେ ଅଛି। ଉପଲବ୍ଧ ଥିବା ଇତିହାସ କହେ ୧୮୪୨ ମସିହାରେ ଏକ ବଡ଼ ଖଣ୍ଡ ପଥର ଖସିଥିଲା। କିନ୍ତୁ ଏଥିରେ କୌଣସି କ୍ଷୟ କ୍ଷତି ହୋଇନଥିଲା। ଏହାପରେ ମସିହାରେ, କିନ୍ତୁ ସେହି ସମୟରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ନଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଥିଲେ। ଜୁଲାଇ ମାସ ୭ ତାରିଖରେ ଠିକ ରତ୍ନ ବେଦୀ ସମ୍ମୁଖରେ ଚାରିଟି ବଡ଼ ପଥର ପଡିଥିଲା। ଏହି ଘଟଣା ପରେ ଶ୍ରୀମନ୍ଦିର ଭୁଶୁଡି ପଡ଼ିବାର ଭୟ ସୃଷ୍ଟି ହୋଇଥିଲା। ଗଜପତି ମହାରାଜଙ୍କ ଅନୁରୋଧ କ୍ରମେ କଟକ ରୁ ଆସିଷ୍ଟାଣ୍ଟ ଇଞ୍ଜିନିଅର ବାବୁ ପୂର୍ଣ୍ଣଚନ୍ଦ୍ର ସରକାର ପୁରୀ ଆସି ତଦାରଖ କରିଥିଲେ। ତଦାରଖ ପରେ ଜଣା ପଡିଲା ପ୍ରାୟ ୪୦ଫୁଟ ଉପରୁ ଏହି ପଥର ଖସି ଥିଲା। ବିଶେଷ ଅନୁସନ୍ଧାନରୁ ଜଣାଗଲା ପ୍ରାୟ ଦୁଇ ବର୍ଷ ତଳେ ମନ୍ଦିର ଉପରେ ହୋଇଥିବା ବଜ୍ର ଆଘାତ ସ୍ୱରୂପ କ୍ଷତିରୁ ଏହି ଦୁର୍ଘଟଣା ଘଟିଛି। ବ୍ୟାପକ ଅନୁସନ୍ଧାନ ପାଇଁ ଏକ ବିରାଟ ମଞ୍ଚା ବାନ୍ଧି ଉପରକୁ ଲୋକ ପଠାଗଲା। କିନ୍ତୁ ମନ୍ଦିର ଛାତକୁ ଯିବା କଷ୍ଟକର ଥିଲା। ମନ୍ଦିର ଉପର ଅଂଶ ଏତେ ଅନ୍ଧାର ଥିଲାଯେ, ବିନା ମଶାଲରେ ଯାଇ ହେଉନଥିଲା। ପ୍ରାୟ ୪୦ ଫୁଟ ଉପରୁ ପାହାଞ୍ଚ ଆରମ୍ଭ ହୋଇଥିଲା। କିନ୍ତୁ ଉକ୍ତ ପାହାଞ୍ଚ ଗୁଡିକ ଦୀପ କଳା ଓ ବାଦୁଡ଼ି ମଇଳାରେ ଭର୍ତ୍ତି ହୋଇ ରହିଥିଲା, ଓ ସେଥିରୁ ଶଗଡ଼ ଶଗଡ଼ ମଇଳା ସେ ସମୟରେ ସଫା କରାଯାଇଥିଲା। ସବିଶେଷ ଯାଞ୍ଚ ପରେ ଆସିଷ୍ଟାଣ୍ଟ ଇଞ୍ଜିନିଅର ପୂର୍ଣ୍ଣ ବାବୁ ସରକାରଙ୍କୁ ଏକ ବିଷଦ ରିପୋର୍ଟ ପ୍ରଦାନ କରିଥିଲେ। ଏଥିରେ ମନ୍ଦିର କାନ୍ଥରେ ଫାଟ ଓ ସେଥିରେ ଗଛ ଉଠି ଥିବାର ସେ ଲେଖିଥିଲେ କେବଳ ଗର୍ଭଗୃହ ନୁହେଁ ଅନ୍ୟାନ୍ୟ ସୌଧଗୁଡ଼ିକ ଓ ପାର୍ଶ୍ଵ ଦେବା ଦେବୀଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏହାପରେ ମନ୍ଦିର ମରାମତି କିପରି ହୋଇଥିଲା ସେ ବିଷୟରେ ଜାଣିବା ଆଗାମୀ ଅଧ୍ୟାୟରେ। ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking