25.8 C
Bhubaneswar
Saturday, July 27, 2024
Homeପଣା ସ୍ରଂକାନ୍ତି -୨୦୨୩ଓଡିଶାରେ କେମିତି ପାଳନ ହୁଏ ପଣା ସଂକ୍ରାନ୍ତି

ଓଡିଶାରେ କେମିତି ପାଳନ ହୁଏ ପଣା ସଂକ୍ରାନ୍ତି

ଭୁବନେଶ୍ୱର: ଅପ୍ରିଲ ୧୪ରେ ପାଳନ କରାଯାଏ ମହାବିଷୁବ ପଣା ସଂକ୍ରାନ୍ତି । ଏହି ଦିନଟିକୁ ଓଡିଶାବାସୀ ନବ ବର୍ଷ ଭାବେ ମଧ୍ୟ ପାଳନକରିଥାନ୍ତି । ଓଡିଆ ପରମ୍ପରା ଅନୁଯାୟୀ ଏହା ଓଡିଶାବାସୀ ପାଇଁ ମୁଖ୍ୟ ପର୍ବ । ଏହି ଅବସରରେ ଓଡିଆ ଘରର ପ୍ରତେକ ବ୍ୟକ୍ତି ସକାଳୁ ସ୍ଥାନୀୟ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଥାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଆଜି ମନ୍ଦିର ଯାଇ ମହାଦେବ ଶିବ ଠାକୁରଙ୍କ ଦର୍ଶନ କରିବା ସହ ପୂଜାପାଠ କରିଛନ୍ତି ।
ଏହି ମହାବିଷୁବ ପଣା ସଂକ୍ରାନ୍ତିରେ ସମସ୍ତ ଦେବାଦେବୀ ପୀଠ ଚଳଚଞ୍ଚଳ ହୋଇଉଠେ । ଭଗବାନଙ୍କ ଠାରେ ପଣା ଭୋଗ ଲାଗି କରାଯିବା ପରେ ଭକ୍ତ ମାନଙ୍କୁ ସେହି ପଣା ବଣ୍ଟା ଯାଇଥାଏ । ତାହା ସହିତ ଘରର ଚଉଁରା ମୂଳେ ଏକ ନଡିଆ ପତ୍ରରେ ତିଆରି ଚାଞ୍ଚ ଦ୍ୱାରା ଛାମୁଡା କରି ସେଥିରେ ମାଟିର ଠେକା ବାନ୍ଧି ପଣା ଭୋଗ କରାଯାଏ ।
ଏହି ଅବସରରେ ସମସ୍ତ ସ୍ଥାନରେ ଚାଲିଥିବା ଝାମୁଯାତ୍ରା ଶେଷ ହୋଇଥାଏ । ଏବଂ ଦକ୍ଷିଣ ଓଡିଶାର ଦଣ୍ଡନାଟ ଉତ୍ସବ ଅନୁଷ୍ଟିତ ହୋଇଥାଏ । ଏହି ସମୟରେ ତାରିଣୀ ପୀଠରେ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁଙ୍କ ସମାଙ୍ଗମ ଦେଖାଯାଇଥାଏ ।
ଏହି ଦିନଟି ଓଡିଆଙ୍କ ପାଇଁ ପୂଜାର୍ଚ୍ଚନା ତଥା ଭକ୍ତି ଭାବର ଦିନ । ଏହି ଦିନରେ ଭଗବାନ ହନୁମାନଙ୍କର ଜନ୍ମ ଦିବସ ଭାବେ ପାଳନ କରାଯାଏ । ଏହାକୁ ହନୁମାନ ଜୟନ୍ତୀ କୁହାଯାଏ । ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥାଆନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking