20.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶକେତେ ଚୀନ ନାଗରିକଙ୍କୁ ମିଳିଛି ଭାରତ ନାଗରିକତା, ସଂସଦରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

କେତେ ଚୀନ ନାଗରିକଙ୍କୁ ମିଳିଛି ଭାରତ ନାଗରିକତା, ସଂସଦରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ୨୦୦୭ ମସିହାରୁ ଭାରତରେ ସମୁଦାୟ ୧୬ ଜଣ ଚୀନ୍ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଥିବା ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପର‌୍ୟ୍ୟନ୍ତ ତଥ୍ୟ ଅନୁଯାୟୀ ସମୁଦାୟ ୧୦ ଜଣ ଚାଇନା ନାଗରିକଙ୍କ ଆବେଦନ ବିଚାରାଧୀନ ଅଛି। ସମସ୍ତେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସରକାର କେବଳ ଦେଶ ଅନୁଯାୟୀ ତଥ୍ୟ ରଖନ୍ତି। ଯେଉଁଥିରେ କୁହାଯାଇଛି ଯେ କେଉଁ ଦେଶର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଥିଲା । କିନ୍ତୁ ସରକାର ସମ୍ପ୍ରଦାୟ ଆଧାରରେ ତଥ୍ୟ ରଖନ୍ତି ନାହିଁ। ଅର୍ଥାତ୍ ସରକାରଙ୍କ ପାଖରେ ଏହି ତଥ୍ୟ ନାହିଁ ଯେ କେତେ ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ କିମ୍ବା ଅନ୍ୟ କୌଣସି ଧର୍ମର ଲୋକଙ୍କୁ ନାଗରିକତ୍ୱ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking