ପଶ୍ଚିମବଙ୍ଗ : ଭାରତର ପ୍ରଧାନମନ୍ତ୍ରୀ ଙ୍କୁ ପ୍ରଧାନମନ୍ତ୍ରୀ ମାନୁନଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ର ନାରା ଶୁଣିବାକୁ ମଳୁଛି । ଏଠାରେ ୨୯୪ ଟି ବିଧାନସଭା ସିଟରେ ୮ ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ଏହା ଭାରତର ସବୁଠାରୁ ମହତ୍ୱପୁର୍ଣ୍ଣ ନିର୍ବାଚନ ହେବାକୁ ଯାଉଛି । ପୁରା ଦେଶର ନଜର ଏବେ ପଶ୍ଚିମବଙ୍ଗ ଉପରେ ରହିଛି । ବିଗତ ୧୦ ବର୍ଷରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରି ମମତା ବାନାର୍ଜୀଙ୍କ ସରକାର ପଶ୍ଚିମବଙ୍ଗରେ ଯେଉଁ ମାହୋଲ ସୃଷ୍ଟି କରିଛି ଏହାର ପରିଣାମ ସ୍ୱରୁପ ଏଥର ନିର୍ବାଚନରେ ଟିଏମସି ଦିନକୁ ଦିନ ଦୁର୍ବଳ ହୋଇ ଯାଉଛି ।
ଏବେ ‘ସୋନାର ବାଙ୍ଗଲା’ ବନାଇବା ପାଇଁ ନାରା ପଶ୍ଚିମବଙ୍ଗରେ ଉଠିବାକୁ ଲାଗିଛି । ଯାହା ମମତାଙ୍କ ‘ମା’ ମାଟି ଓ ମାନୂଷ’କୁ ପୁରା ଟକ୍କର ଦେବ ।
ଏଠାରେ ଥିବା ୨୯୪ଟି ସିଟରେ ପ୍ରାୟ ୨୭ ପ୍ରତିଶତ ମୁସଲିମ ଭୋଟ ଅଛନ୍ତି ଯାହାଙ୍କୁ ନିଜ ସହ ଯୋଡି ରଖିବାକୁ ମମତା ବାନାର୍ଜୀ ବାକି ୭୩ ପ୍ରତିଶତ ମତଦାତାଙ୍କୁ ଅଣଦଖା କରିବା ଜଣାପଡିଛି । ଯେଉଁଥିରେ ୭୦ ପ୍ରତିଶତ ହିନ୍ଦୁ ମତଦାତା ଅଛନ୍ତି । ପଶ୍ଚିମବଙ୍ଗରେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଆଗରେ ମମତା ବାନାର୍ଜୀଙ୍କ ପ୍ରଭାବ ଫିକା ପଡୁଥିବା ଦେଖିବାକୁ ମିଳୁଛି ।
ଏହିସମୟରେ ଟିଏମସିର ବହୁ ବଡ ବଡ ନେତା ଦଳ ଛାଡି ସାରିଛନ୍ତି । ଶୁଭେନ୍ଦୁ ଅଧିକାରୀ , ରାଜୀଭ ବାନାର୍ଜୀ, ମୁକୁଳ ରୟ ଏବେ ଦିଦିଙ୍କ ହାତ ଛାଡିସାରିଛନ୍ତି ।