25 C
Bhubaneswar
Sunday, April 13, 2025
Homeଓଡିଶାଦିନକ ପୂର୍ବରୁ ସୁସ୍ଥ ଥିବା ଝିଅ କେମିତି ମରିଲା? ହଷ୍ଟେଲରେ ଝିଅର ମୃତ୍ୟୁକୁ ନେଇ କାନ୍ଦୁଛନ୍ତି...

ଦିନକ ପୂର୍ବରୁ ସୁସ୍ଥ ଥିବା ଝିଅ କେମିତି ମରିଲା? ହଷ୍ଟେଲରେ ଝିଅର ମୃତ୍ୟୁକୁ ନେଇ କାନ୍ଦୁଛନ୍ତି ବାପା-ମା’

ଜୟପୁର : ଝିଅ ପାଠପଢିବ । ବଡ ମଣିଷ ହେବ । ଏମିତି ଆଶାସ୍ୱପ୍ନ ନେଇ ବାପା-ମା’ ଝିଅକୁ ହଷ୍ଟେଲରେ ଛାଡି ଆସିଥିଲେ । ହେଲେ ହଷ୍ଟେଲରୁ ଆସିଲା ଦୁଃଖଦ ଖବର । ଝିଅକୁ ଦେଖିବା ପାଇଁ ବାପା-ମା’ ଧାଇଁଆସିଥିଲେ ଡାକ୍ତରଖାନା । କିନ୍ତୁ ଝିଅ ଆଉ ତାଙ୍କର ନଥିଲା । ସବୁଦିନ ପାଇଁ ସେମାନଙ୍କୁ ଛାଡି ଚାଲି ଯାଇଥିଲା ଆରପାରିକୁ । କାଲି ଯେଉଁ ଝିଅ ଭଲଥିଲା, କଥାବାର୍ତ୍ତା ହେଉଥିଲା,ଆଜି ଏମିତି କ’ଣ ହେଲା ଯେ ସେ ଏମିତି ଚାଲିଗଲା ? ଝିଅର ଏପରି ଅଚାନକ ମୃତ୍ୟୁକୁ ଗ୍ରହଣ କିରପାରୁ ନାହାନ୍ତି ପରିବାର ଲାେକେ । ଏ ଦୁଃଖଦ ଘଟଣା ଘଟିଛି  କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ହରଡ଼ାପୁଟ ବାଳିକା ଉଚ୍ଚ ଆଶ୍ରମ ବିଦ୍ୟାଳୟରେ । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ତପସ୍ବିନୀ ଗାଦବା । ସେ ଛାତ୍ରୀ ନିବାସରେ ରହି ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ତାଙ୍କ ଘର କୁସୁମୀ ପଞ୍ଚୟତର ରାବଣଗୁଡା ଗାଁରେ। ଆଜି ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ବିଦ୍ୟାଳୟ ତରଫରୁ ରାବଣାଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଛାତ୍ରୀଙ୍କ ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଗତକାଲି ସୁସ୍ଥ ଥିବା ଛାତ୍ରୀ ତପସ୍ବିନୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ପରିବାର ଲୋକ। ଝିଅର ମୃତ୍ୟୁ ପାଇଁ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକ। ଗତ କାଲି ତପସ୍ବିନୀଙ୍କ ସହ ଆଉ ୨ ଜଣ ଛାତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ । ଥଣ୍ଡା ଜ୍ବର ଓ ମୁଣ୍ଡ ବ୍ୟଥା ସହ ଗ୍ୟାସ ଯୋଗୁଁ ପେଟବଥା ହେଉଥିବା କହିବା ପରେ ରାବଣାଗୁଡା ଡାକ୍ତରଖାନାରେ ସ୍କୁଲ କତ୍ତୃପକ୍ଷ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେମାନେ ସମସ୍ତେ ସୁସ୍ଥ ଅନୁଭବ କରିଥିଲେ। ତେଣୁ ହଷ୍ଟେଲକୁ ଫେରିଯାଇଥିଲେ ୩ ଛାତ୍ରୀ । ହେଲେ ଆଜି ପୁଣିଥରେ ଅସୁସ୍ଥ ହୋଇ ପଡିଥିଲେ ତପସ୍ବିନୀ। ତେଣୁ ତାଙ୍କୁ ଆଜି ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି ଅଣା ଯାଇଥିଲା। ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ଯାଇଛି। ତେବେ ଝିଅର ଅସୁସ୍ଥତା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ କିଛି ଜଣାଇନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସେପଟେ ତପସ୍ବିନୀଙ୍କ ରକ୍ତ ପରୀକ୍ଷା ନକରି ତରବରିଆ ଭାବେ ଔଷଧ ଦିଆ ଯାଇଥିବା ବି ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking