28.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶଏହି ସବୁ ଜିନିଷରୁ ଆପଣ ଜାଣିପାରିବେ ଯେ ଆପଣଙ୍କୁ ମଧୁମେହ ହୋଇଛି ନା ନାହିଁ?

ଏହି ସବୁ ଜିନିଷରୁ ଆପଣ ଜାଣିପାରିବେ ଯେ ଆପଣଙ୍କୁ ମଧୁମେହ ହୋଇଛି ନା ନାହିଁ?

ନୂଆଦିଲ୍ଲୀ:  ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ(Diabetes) ରୋଗୀଙ୍କ ସଂଖ୍ୟା ବେଶ୍‌ ବୃଦ୍ଧିପାଇଛି। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ ବା ମଧୁମେହର ରାଜଧାନୀ ବୋଲି ମଧ୍ୟ କୁହାଯାଉଛି। ପୂର୍ବରୁ ୪୦ ବର୍ଷ ପରେ ଲୋକଙ୍କୁ ମଧୁମେହ ହେଉଥିବାବେଳେ ଆଜିକାଲି ଛୋଟ ପିଲାମାନେ ମଧ୍ୟ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସେମାନଙ୍କୁ ମଧୁମେହ ହୋଇଥିବା କଥା ଜାଣିପାରନ୍ତି ନାହିଁ। ମଧୁମେହ ରୋଗୀମାନେ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର । ଏହା ଶରୀରର ଅନ୍ୟ ଅଙ୍ଗକୁ ପ୍ରଭାବିତ କରିବା ଆରମ୍ଭ କରେ। ଯେତେବେଳେ ଆପଣଙ୍କୁ ମଧୁମେହ ହୁଏ । ସେତେବେଳେ ପରିସ୍ରାରେ ମଧ୍ୟ କିଛି ଲକ୍ଷଣ ଦେଖାଯାଏ।

ମଧୁମେହ ଆପଣଙ୍କୁ ହେବା ପରେ ଶରୀରରେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ । ଏ-ଗୁଡ଼ିକ ମଧ୍ୟରେ ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ବାରମ୍ବାର ପରିସ୍ରା ଲାଗିବା। କୈଣସି ରୋଗ ନଥିବା ବ୍ୟକ୍ତି ଦିନକୁ ୭ ରୁ ୮ ଥର ପରିସ୍ରା କରନ୍ତି। କିନ୍ତୁ ମଧୁମେହ ରୋଗୀ ଦିନକୁ  ୧୨ରୁ  ୧୫ କିମ୍ବା ଅଧିକ ଥର ପରିସ୍ରା କରନ୍ତି ।

ବାରମ୍ବାର ପରିସ୍ରା ସହିତ ମଧୁମେହ ରୋଗୀମାନଙ୍କ ଠାରେ ହାର୍ଟ ଷ୍ଟ୍ରୋକ୍, କିଡନୀ ଏବଂ ଆଖି ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ପରିସ୍ରାର ରଙ୍ଗ ମଧ୍ୟ ବଦଳିଥାଏ । ଏହାର କାରଣ ହେଉଛି ଯେତେବେଳେ ମଧୁମେହ ଯେତେବେଳେ ଅଧିକ  ହୋଇଥାଏ । ଶରୀରରେ ଇନସୁଲିନ୍ ଉତ୍ପାଦନ ଅବହେଳିତ ହୋଇଯାଏ । ସେହି ସମୟରେ ପରିସ୍ରାର ରଙ୍ଗ ବଦଳିବା ସହିତ ଦୁର୍ଗନ୍ଦ ମଧ୍ୟ ଆସିଥାଏ।

ପରିସ୍ରାର ରଙ୍ଗ ପରିବର୍ତ୍ତନ ହୋଇଥାଏ। ଯେପରିକି ପରିସ୍ରାର ରଙ୍ଗ ମେଘୁଆ ରଙ୍ଗର ହୋଇଥାଏ। ଏହାର କାରଣ ହେଉଛି ଶରୀରରେ ଅଧିକ ଚିନି ସ୍ତର।  ଯାହା କୀଡନିକୁ ମଧ୍ୟ ପ୍ରଭାବିତ କରିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking