27.1 C
Bhubaneswar
Saturday, July 27, 2024
Homeଓଡିଶାହୋଟେଲ ଓ ରେଷ୍ଟୁରାଣ୍ଟରେ ସର୍ଭିସ ଚାର୍ଜ ଆଦାୟ ବେଆଇନ୍‌

ହୋଟେଲ ଓ ରେଷ୍ଟୁରାଣ୍ଟରେ ସର୍ଭିସ ଚାର୍ଜ ଆଦାୟ ବେଆଇନ୍‌

ଭୁବନେଶ୍ୱର: କୌଣସି ରେଷ୍ଟୁରାଣ୍ଟ ଅଥବା ହୋଟେଲ ଗ୍ରାହକଙ୍କଠାରୁ ସର୍ଭିସ୍ ଚାର୍ଜ ଆଦାୟ କରିପାରିବେ ନାହିଁ । ଏହା ବେଆଇନ । ଯଦି ଆପଣ ଖାଇବା ପରେ ରେଷ୍ଟୁରାଣ୍ଟ କି ହୋଟେଲ କର୍ତ୍ତୃପକ୍ଷ ସର୍ଭିସ୍ ଚାର୍ଜ ମାଗୁଛନ୍ତି, ତେବେ ଆମକୁ ଜଣାନ୍ତୁ ବୋଲି ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ସିକା) ପକ୍ଷରୁ କୁହାଯାଇଛି । କୌଣସି ଅଭିଯୋଗ ଥିଲେ ଦେୟମୁକ୍ତ ନମ୍ବର (୧୮୦୦-୩୪୫-୬୭୬୦)ରେ ତୁରନ୍ତୁ ଯୋଗାଯୋଗ କରନ୍ତୁ ବୋଲି କୁହାଯାଇଛି । ସିକା ପକ୍ଷରୁ ଗ୍ରାହକମାନଙ୍କୁ ସଚେତନ ଓ ସଶକ୍ତ ହେବା ପାଇଁ ପରାମର୍ଶ ଦିଆଯାଇଛି ।

ଆହୁରି ମଧ୍ୟ ସିକା ପକ୍ଷରୁ କୁହାଯାଇଛି ଯେ, ଆପଣଙ୍କ ୟୁପିଆ ପିନ୍ କାହା ସହ ସେୟାର କରନ୍ତୁ ନାହିଁ । ଏଥିପ୍ରତି ସଜାଗ ରୁହନ୍ତୁ । ନଚେତ ଟିକିଏ ଅସାବଧାନତାରେ ଆପଣଙ୍କୁ ଠକାମୀରେ ପକାଇପାରେ । “ସଚେତନ ରହିଲେ, ସୁରକ୍ଷିତ ରହିପାରିବେ । ସେହିଭଳି ଜିନିଷ କିଣିବା ପରେ ବିଲ ମାଗିବା ଆପଣଙ୍କ ଅଧିକାର । ଯଦି କୌଣସି ଦୋକାନୀ ବିଲ ଦେଉନାହାନ୍ତି ତେବେ ତୁରନ୍ତ ଅଭିଯୋଗ କରନ୍ତୁ ବୋଲି କୁହାଯାଇଛି । ସେହିପରି ସିକା ପକ୍ଷରୁ ଆହୁରି କୁହାଯାଇଛି ଯେ, ‘ଜଳ ହିଁ ଜୀବନ’ । ଆଉ ଏହି ଜଳ କିଣିବାବେଳେ ଟିକିଏ ଅସାବଧାନତା ଆପଣଙ୍କ ଜୀବନ ଉପରେ ବିପଦ ପକାଇପାରେ । ସାବଧାନ ହୋଇ କେବଳ ଆଇଏସ୍‌ଆଇ ମାର୍କ ଥିବା ପାଣି ବୋତଲ କିଣି ପିଅନ୍ତୁ । ଉପଭୋକ୍ତା କୌଣସି ସମସ୍ୟାକୁ ନେଇ ଚିନ୍ତା କରନ୍ତୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking