19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶୟୁରୋପରେ ଚଳିତ ବର୍ଷ ଭୀଷଣ ଗରମରେ ମରିଛନ୍ତି ୧୫,୦୦୦ ଲୋକ!

ୟୁରୋପରେ ଚଳିତ ବର୍ଷ ଭୀଷଣ ଗରମରେ ମରିଛନ୍ତି ୧୫,୦୦୦ ଲୋକ!

ନୂଆଦିଲ୍ଲୀ : ୟୁରୋପର ଦେଶଗୁଡ଼ିକରେ ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରବଳ କ୍ଷତି ହୋଇଛି। କିଛି ଦେଶରେ ଅତିରୁ ଅତି ପ୍ରବଳ ବର୍ଷା, ହିଟ୍ େଓ୍ଵଭ୍ ଯୋଗୁ ମାଟି ଶୁଖିଲା ପଡ଼ିବା ଏବଂ ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା ପୂରା ଦୁନିଆକୁ ଚିନ୍ତାରେ ପକାଇ ଦେଇଥିଲା। ‘ହୁ’ର କ୍ଷେତ୍ରୀୟ ନିର୍ଦ୍ଦେଶକ ହଂସ ହେନରୀ କ୍ଲୁଗେ କହିଛନ୍ତି କି, ଚଳିତ ବର୍ଷ ୟୁରୋପରେ ଗ୍ରୀଷ୍ମ ଋତୁରେ ଅତି କମ୍ରେ ୧୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଏହି ତଥ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି। କ୍ଲୁଗେ କହିଛନ୍ତି, ଏ ପର୍ଯ୍ୟନ୍ତ ପ୍ରସ୍ତୁତ ତଥ୍ୟ ଆଧାରରେ ଅନୁମାନ କରାଯାଉଛି ଯେ ୨୦୨୨ରେ ମୁଖ୍ୟତଃ ଭୀଷଣ ଗରମ ଯୋଗୁ ଅତି କମ୍ରେ ୧୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ୟୁରୋପର ସ୍ପେନର ପାଖାପାଖି ୪,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପର୍ତ୍ତୁଗାଲରେ ୧୦୦୦ରୁ ଅଧିକ, ୟୁନାଇଟେଡ୍ କିଙ୍ଗ୍ଡମରେ ୩,୨୦୦ରୁ ଅଧିକ ଏବଂ ଜର୍ମାନୀରେ ପାଖାପାଖି ୪,୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗ୍ରୀଷ୍ମ ୩ ମାସ ସମୟରେ ଏହି ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ୨୦୨୧ରେ ଉଚ୍ଚ ପ୍ରଭାବଯୁକ୍ତ ପାଣିପାଗ ଓ ଜଳବାୟୁ ଘଟଣା ଯୋଗୁ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ଅଧା ମିଲିୟନରୁ ଅଧିକ ଲୋକ ସିଧାସଳଖ ପ୍ରଭାବିତ ହୋଇଥିଲେ। ଏହି ଘଟଣାଗୁଡ଼ିକ ମଧ୍ୟରୁ ପାଖାପାଖି ୮୪ ପ୍ରତିଶତ ଘଟଣା ବନ୍ୟା ଏବଂ ତୋଫାନ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking