ନୂଆଦିଲ୍ଲୀ : ହଷ୍ଟେଲରେ ଚାରି ଜଣ ଛାତ୍ରୀ ଅନଲାଇନରେ ପିଜା ଅର୍ଡର କରୁଥିଲେ । ଏଭଳି ଖବର ମହାରାଷ୍ଟ୍ରରୁ ଆସିଛି । ଏନେଇ ସମାଜ କଲ୍ୟାଣ ହଷ୍ଟେଲରୁ ବାହାର କରିଦେଇଛି । ମହାରାଷ୍ଟ୍ରର ପୁଣେର ମୋଶିରେ ଅବସ୍ଥିତ ସାମାଜିକ କଲ୍ୟାଣ ଛାତ୍ରୀବାସୀ ସାମାଜିକ ନ୍ୟାୟ ବିଭାଗ ଦ୍ୱାରା ପରିଚାଳତ । ଯେତେବେଳ ହଷ୍ଟେଲ ୱାଡେ଼ନ ଜାଣିବାକୁ ପାଇଲେ ତାପରେ ୱାଡେ଼ନ ସେମାନଙ୍କୁ ପଚାରିଥିଲେ , କେହି ବି ସତ ମାନିନଥିଲେ । ସେତେବେଳେ ଚାରି ଜଣ ଛାତ୍ରୀଙ୍କୁ ଏକ ମାସ ପଯ୍ୟନ୍ତ ହଷ୍ଟେଲରୁ ବାହାର କରିଥିଲେ । ଏହି ହଷ୍ଟେଲରେ ୨୫୦ ଜଣ ଛାତ୍ରୀ ରୁହନ୍ତି । ହଷ୍ଟେଲ ପ୍ରଶାସନ ଛାତ୍ରୀମାନଙ୍କ ଅଭିଭାବଙ୍କୁ ଡାକି ସେମାନଙ୍କର ଝିଅମାନଙ୍କୁ ପଚରା ଉଚରା କରିଥିଲେ । ହଷ୍ଟେଲ ପ୍ରଶାସନ କାଯ୍ୟାନୁଷ୍ଠାନ ନେବା ପୂର୍ୱରୁ ଏହି ମାମଲାରେ ସରକାରୀ ନୋଟିସ ଜାରି ହୋଇଥିଲା । ନୋଟିସରେ ସ୍ପଷ୍ଟ ଥିଲା ଫେବୃଆରୀ ୮ ୨୦୨୫ ସୁଦ୍ଧା କିଏ ପିଜା ଅର୍ଡର କରିଥିଲେ ତାହା ଯଦି ନ କୁହନ୍ତି ତେବେ ୪ ଛାତ୍ରୀଙ୍କୁ ବହିଷ୍କାର କରାଯିବ । ତେବେ ଏହି ଘଟଣା ଏବେ ସେମାନଙ୍କର ଶିକ୍ଷା ଉପରେ ପ୍ରଭାବ ପକାଇପାରେ । ଏପରି ପରିସ୍ଥିତିରେ ସେମାନେ କଠୋର ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି ବୋଲି ଜଣାପଡିଛି ।