ଭୁବନେଶ୍ୱର: ଟିକା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡିଛନ୍ତି । ଟିକା ପାଇଁ ପରସ୍ପର ଭିତରେ ନ ଲଢି, ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଏବେ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଚି ଟିକା । ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି । କିନ୍ତୁ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁନାହାନ୍ତି । ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ । ଏନେଇ କେନ୍ଦ୍ରକୁ ଚିଠି ଲେଖାଯାଇଛି । ଅନ୍ୟ ରାଜ୍ୟମାନେ ବି ଆଗେଇ ଆସନ୍ତୁ । ଏ ସଂପର୍କରେ ଏକ ସହମତି ସୃଷ୍ଟି ହେଉ । ଲୋକମାନଙ୍କୁ ଟିକା ମିଳୁ । ତୃତୀୟ ଲହର ଆସିବା ପୂର୍ବରୁ ଆମେ ସମସ୍ତେ ତପ୍ତର ହେବା ଉଚିତ । ସ୍ୱାଧୀନତା ସଂଗ୍ରାମ ପରେ ବୋଧହୁଏ ଏହା ସବୁଠାରୁ ବଡ ଚ୍ୟାଲେଂଜ । ସବୁ ବିବାଦ ଛାଡି ଲୋକଙ୍କ ଜୀବନ ବଂଚାଇବାକୁ ଏକାଠି ହେବାକୁ ନବୀନ ଆହ୍ୱାନ ଦେଇଛନ୍ତି ।