26.1 C
Bhubaneswar
Friday, March 29, 2024
Homeଓଡିଶାଗାୟକ ଚିନ୍ମୟ ଓ ଗାୟକ ସମ୍ରାଟଙ୍କପାଇଁ ଶୋକସଭା

ଗାୟକ ଚିନ୍ମୟ ଓ ଗାୟକ ସମ୍ରାଟଙ୍କପାଇଁ ଶୋକସଭା

ଭୁବନେଶ୍ଵର: ଆଜି ତା ୦୨/୦୬/୨୦୨୧ରିଖ ବୁଧବାର ପ୍ରାତଃ ଘ ୯ଟିକା ସମୟରେ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ଶାଖା ଅବିଭକ୍ତ କଟକଜିଲ୍ଲାସ୍ଥ ଶ୍ରୀ ଜୟଦେବ ମଣ୍ଡଳର ଗାୟକ ,ବାୟକ, ସଂଗୀତ ପ୍ରଭୃତି କଳାକାରମାନେ ଦିବଂଗତ ପ୍ରତିଭାବନ୍ତ ଗାୟକଚିନ୍ମୟ , ଭାଗବତଭୂଷଣ ବଳଭଦ୍ର ପଣ୍ଡା ଓ ଗାୟକ ସମ୍ରାଟପ୍ରହଲ୍ଲାଦ ସାହୁଙ୍କପାଇଁ ସାମାଜିକ ଦୂରତା ଓ ମୁହଁରେ ମାସ୍କ ପରିଧାନ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳିସଭାର ଆୟୋଜନ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ମଦନ ମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଉଭୟ ଗାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାନିବେଦନ କରିଥିଲେ ଉପସ୍ଥିତ ଶ୍ରଦ୍ଧାଳୁମାନେ । ପାଲାକଳାର ମୂର୍ଦ୍ଧନ୍ୟ ପ୍ରତିଭାଦ୍ୱୟଙ୍କ ତିରୋଧାନ ବୌଦ୍ଧିକ କଳା ପାଲଜଗତର ଅପୂରଣୀୟ କ୍ଷତିବୋଲି ମତପ୍ରକାଶ ପାଇଥିଲା । ସର୍ବଶ୍ରୀ ସର୍ବେଶ୍ୱର ବେହେରା, ଗୌତମ ଦାଶ, ସୁବଳ ଚରଣ ବେହେରା, ପ୍ରଦ୍ୟୁମ୍ନ ପାତ୍ର, ସୁଭାଷ ଚନ୍ଦ୍ର ପରିଜା, ପଞ୍ଚାନନ ଦାସ ,ପ୍ରଦୀପ୍ତ ନାୟକ, ସୁରେଶ ସ୍ୱାଇଁ, ବାବୁଲି ଚରଣ ସ୍ୱାଇଁ, କବି ପ୍ରସାଦ ତରାଇ, ପବିତ୍ର ମହାରଣା ପ୍ରମୁଖ କଳାକାରଗଣ ଶୋକବ୍ୟକ୍ତ କରି  ପରଲୋକଗତ ଆତ୍ମାର ବ୍ରଜଧାମପ୍ରାପ୍ତି କାମନା ସହିତ ଶୋକାକୁଳ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଥିଲେ ॥

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking