16.1 C
Bhubaneswar
Tuesday, January 7, 2025
Homeଖାଦ୍ୟଘରେ ତିଆରି କରନ୍ତୁ ମୁଢ଼ି ପକୁଡି

ଘରେ ତିଆରି କରନ୍ତୁ ମୁଢ଼ି ପକୁଡି

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ଲାଗି ରହିଛି । ଥଣ୍ଡା ପାଗକୁ ସନ୍ଧ୍ୟାରେ ଟିକେ ଉଷୁମ ଉଷୁମ ଖାଦ୍ୟ ଖାଇବାକୁ ତ ମନ ପଛଘୁଞ୍ଚା ଦେଉନଥିବ । ସେଥିପାଇଁ ଆମେ ଆପଣଙ୍କୁ ପାଖକୁ ନେଇଆସିଛୁ ମୁଢିରେ ତିଆରି ପକୁଡିର ରେସିପି । ନିଜେ କରି ଖାଆନ୍ତୁ ଏବଂ ଖୁଆନ୍ତୁ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଢ଼ିକୁ ଏକ ପାତ୍ରରେ ନେଇ ତାକୁ  କିଛି ସମୟ ପାଇଁ ଭିଜାଇ ରଖନ୍ତୁ। ଏହା ଭିଜିଗଲା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ କଟା ଗାଜର, କ୍ୟାପିସମ ଓ ପିଆଜ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ , ବେସନ, ଧଳା ରାଶି, କଟା କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ।
ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ଗୋଳାଇ ରଖିଥିବା ମିଶ୍ରଣ ପକୁଡି ଆକାରରେ ଛାଣନ୍ତୁ। ପକୁଡିର ଦୁଇ ପାର୍ଶ୍ୱ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଢ଼ି ପକୁଡି। ଏହାକୁ ଟମାଟୋ ଚଟଣି ଓପୁଦିନା ଚଟଣି ସହ ଖାଇପାରିବେ।
ଆବଶ୍ୟକ ସାମଗ୍ରୀ:  ମୁଢ଼ି, ଗାଜର, କ୍ୟାପିସମ,ପିଆଜ,ଲୁଣ, ହଳଦୀ , ବେସନ, ଧଳା ରାଶି, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ତେଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking