27.1 C
Bhubaneswar
Friday, June 28, 2024
Homeଅପରାଧସୈତାନ ସାଜିଲା ସ୍ୱାମୀ; ନିଜ ସ୍ତ୍ରୀ ସହ କିଛି ଏପରି କଲା ସ୍ୱାମୀ ଜାଣିଲେ ହୋଇଯିବେ...

ସୈତାନ ସାଜିଲା ସ୍ୱାମୀ; ନିଜ ସ୍ତ୍ରୀ ସହ କିଛି ଏପରି କଲା ସ୍ୱାମୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଗଞ୍ଜାମ : ସୈତାନ ସାଜି ଗଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗିଦେଲା । ଗଞ୍ଜାମ ଜିଲ୍ଳା ସୋରଡା ଥାନା ଭଗବାନପୁର ଗାଁରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ମୃତ ମହିଳା ହେଲେ ଜାଗିଲିପଦର ଗ୍ରାମର ବୁଲି ମୁଳି । ବୁଲିକୁ ନାରାୟଣ ମୁଳି ପ୍ରେମ ବିବାହ କରିଥିଲେ । ହେଲେ କୌଣସି କେରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ତେବେ ବୁଧବାର ବିଳମ୍ବିତ ରାତିରେ ଉଭୟଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା ।

କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ୍ ବଚସା ହେବାପରେ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ନାରାୟଣ । ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିଲେ । ଏହି ଘଟଣା ଘଟାଇବା ପରେ ପୋଲିସ ଆଗରେ ଅଭିଯୁକ୍ତ ନାରାୟଣ ଆତ୍ମସମର୍ପଣ କରିଛି । ନିଜ ଅପରାଧ ସ୍ୱୀକାର କରିବା ସହ ସେହି ଦିନର ହତ୍ୟା ଘଟଣା ବଖାଣିଛି । ଝିଅ ଘର ପକ୍ଷରୁ ଏନେଇ ଜାଣିବା ପରେ ସୋରଡ଼ା ଥାନାରେ ଏତଲା ରୁଜୁ ହୋଇଛି । ପୋଲିସ୍ ଓ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ ମୃତଦେହ ଖୋଜା ଚାଲିଛି ।

ସୋମନାଥ ବ୍ରତ ପାଳନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking