20.1 C
Bhubaneswar
Thursday, December 26, 2024
Homeଓଡିଶାପାଟ ଶାଢ଼ିରେ ହକି ବିଶ୍ୱକପ୍‌ କଳାକୃତି......

ପାଟ ଶାଢ଼ିରେ ହକି ବିଶ୍ୱକପ୍‌ କଳାକୃତି……

ପୁରୀ: ପାଟ ଶାଢ଼ିରେ ଝଲସୁଛି ରଙ୍ଗବେରଙ୍ଗର ଚିତ୍ର । ଅଙ୍କା ଯାଇଛି ଅବିକଳ ହକି ବିଶ୍ୱକପ ଟ୍ରଫି । ଉଭୟ ପାଶ୍ୱର୍ରେ ୨ଟି ଓଲି ଶାଢ଼ିର ଶୋଭା ଆହୁରି ବଢ଼ାଉଛନ୍ତି । କେବଳ ସେତିକି ନୁହେଁ, ଭାରତୀୟ ଏବଂ ଉତ୍କଳୀୟ ପରମ୍ପରାର ଛାପ ମଧ୍ୟ ଶାଢ଼ିରେ ରହିଛି । ତାଜମହଲ, ଇଣ୍ଡିଆ ଗେଟ୍‌, ଲୋଟସ୍ ଟେମ୍ପଲ ଭାରତୀୟ କଳାକୃତିକୁ ବର୍ଣ୍ଣନା କରୁଛି । ଧଉଳି ଶାନ୍ତି ସ୍ତୂପ ଓ ବୁଦ୍ଧଦେବଙ୍କ ଛବି ମଧ୍ୟ ଅଙ୍କାଯାଇଛି । ପୁରୀ ଜିଲ୍ଲା ଅଙ୍କିଆ ଗ୍ରାମର ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି ମାର୍ଥା ହକି ବିଶ୍ୱକପ ପାଇଁ ଏକ ପାଟ ଶାଢ଼ି ମାଧ୍ୟମରେ ଏଭଳି କଳାକୃତି ପ୍ରଦର୍ଶନ କରିଛନ୍ତି ।

ଏଥର ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଅନୁଷ୍ଠିତ ହେଉଛି । ଏଣୁ ଶାଢ଼ି ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରିବାକୁ ଦିବ୍ୟଜ୍ୟୋତି ଏହି ପ୍ରୟାସ କରିଛନ୍ତି । ଏହି ଶାଢ଼ି ପ୍ରସ୍ତୁତ କରିବାକୁ ତାଙ୍କୁ ୪ ଦିନ ଲାଗିଥିଲା । ହକି ମୈଦାନ ପର‌୍ୟ୍ୟନ୍ତ ତାଙ୍କର ଏହି ଶାଢ଼ି ପହଞ୍ଚିପାରିଲେ ତାଙ୍କର ଶ୍ରମ ସାର୍ଥକ ହୋଇପାରନ୍ତା ବୋଲି ଦିବ୍ୟଜ୍ୟୋତି କହିଛନ୍ତି । ହକି ବିଶ୍ୱକପ ଓଡ଼ିଶାରେ ଆୟୋଜନ କରିଥିବାରୁ କଳାକୃତି ମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭିଜୁଆଲ୍ ଆର୍ଟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଦିବ୍ୟଜ୍ୟୋତି ପୂର୍ବରୁ ମଧ୍ୟ ନିଜର କଳାକୃତି ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀଙ୍କ ତୈଳଚିତ୍ର ଆଙ୍କିବା ସହ ସେମାନଙ୍କୁ ସାକ୍ଷାତ କରି ଏହି ତୈଳଚିତ୍ର ପ୍ରଦାନ କରିଛନ୍ତି । ଚିତ୍ର ଆଙ୍କିବା ପ୍ରତି ତାଙ୍କର ଥିବା ନିଶାକୁ ସେ ପେସାରେ ପରିଣତ କରିଛନ୍ତି । ପୂର୍ବରୁ ମଧ୍ୟ ସେ ପାଟ ଶାଢିରେ କୃଷ୍ଣ ଲୀଳା, ଖୁଦୁରୁକୁଣୀ ବ୍ରତର ଉପାଖ୍ୟାନ, ରଜ ମହୋତ୍ସବ ଭଳି ବିଭିନ୍ନ ବିଷୟବସ୍ତୁ ବର୍ଣ୍ଣନା କରିଛନ୍ତି । ୨୦୧୨ ମସିହାରୁ ସେ ଚିତ୍ରକଳା ଜାରି ରଖିଛନ୍ତି । ନିଜର କଳା ମାଧ୍ୟମରେ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିବାରୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଏହାକୁ ଅଧିକ ଲୋକାଭିମୁଖୀ କରିପାରନ୍ତେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking