28.1 C
Bhubaneswar
Sunday, September 8, 2024
Homeଓଡିଶାକଲେଜରେ ଲାଗିବ ସରକାରୀ ଯୋଜନାର ହୋର୍ଡିଂ

କଲେଜରେ ଲାଗିବ ସରକାରୀ ଯୋଜନାର ହୋର୍ଡିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ହୋର୍ଡିଂ ଲାଗିବ। ଏଥିସହ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ଓ ଛାତ୍ରବୃତ୍ତି ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ପଦକ୍ଷେପର ଲକ୍ଷ୍ୟ ବୋଲି କୁହାଯାଉଛି। କିନ୍ତୁ ଏହାକୁ ଭୋଟ୍ ବ୍ୟାଙ୍କ ରାଜନୀତି ବୋଲି ଶିକ୍ଷାବିତ ଅନୁଭବ କରିଛନ୍ତି ଆଉ କଲେଜ କ୍ୟାମ୍ପସରେ ଏପରି ନହେବା ଠିକ୍ ହେବ ବୋଲି କହୁଥିବା ବେଳେ ବିରୋଧୀ ଦଳର ଛାତ୍ର ସଂଗଠନ ଏପରି ହେଲେ ଆଗାମୀ ଦିନରେ କଡ଼ା ଜବାବ ଦିଆଯିବ ବୋଲି କହିଛି। ଗଣମାଧ୍ୟମକୁ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଏସସି/ଏସଟି ସ୍କଲାରସିପ ହେଉ କିମ୍ବା କିଛି ମେରିଟ ସ୍କଲାରସିପ କିମ୍ବା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ୟ କୌଣସି ଯୋଜନାକୁ ବିଦ୍ୟାର୍ଥୀ, ଅଭିଭାବକ ଆଦିଙ୍କୁ ଅବଗତ କରାଇବା ଦିଗରେ ଏହା ସହାୟକ ହେବ। ଆମର ଉଦ୍ଦେଶ୍ୟ ଯେ ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଠିକ୍ ସମୟରେ ଏହାର ଲାଭ ଉଠାଇପାରିବେ । ତେଣୁ ଏହି ହୋର୍ଡିଂ ଗୁଡ଼ିକ ଏହି ଦିଗରେ ସହାୟକ ହେବ। ଯଦିଓ ସରକାର ଏହାକୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ବୋଲି ଦାବି କରୁଛନ୍ତି ହେଲେ ୨୦୨୪ ନିର୍ବାଚନ ପୂର୍ବରୁ ଏହା ଏକ ରାଜନୈତିକ ଚାଲ୍ ବୋଲି ବିରୋଧୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking