16.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶବିଶ୍ୱକୁ ଡରାଉଛି ଏଚଏମପିଭି ଭାଇରସ

ବିଶ୍ୱକୁ ଡରାଉଛି ଏଚଏମପିଭି ଭାଇରସ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ  ନୂତନ ଜୀବାଣୁକୁ ନେଇ ଭୟର ବାତାବରଣ ଖେଳାଇଦେଇଛି ।   କରୋନାର ଆଶ୍ୱସ୍ତି ପରେ ଏବେ ଆଉ ଏକ ନୂଆ ଭାଇରସ ବିଷୟରେ ଶୁଣିବାକୁ ମିଳୁଛି ।  ଭାଇରସର ନାଁ ହେଉଛି  ଏଚଏମପିଭି । ଏହି ଭାଇରସର କøଣସି ଟୀକା ନାହିଁ । ଯାହା ଶ୍ୱାସକ୍ରିୟା ନେବାରେ ସମସ୍ୟ ସୃଷ୍ଟି କରେ ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜଣାପଡିଛି ଯେ   ଚୀନରେ ଭାଇରସକୁ ନେଇ ସ୍ଥିତି ସ୍ୱାଭାବିକ ରହିଛି ।  ଭୟ କରିବାର ଆବଶ୍ୟକତା ନାହିଁ ।  ଏହି ଭାଇରସ ସାଧାରଣତଃ ଛୋଟ ଶିଶୁ ଏବଂ ବୟସ୍କ ସୋକମାନଙ୍କ ମଧ୍ୟରେ ପ୍ରଭାବିତ ହୋଇଥାଏ । ଏହାର ଲକ୍ଷଣ ହେଉଛି ମୁଣ୍ଡବିନ୍ଧା, ଥକ୍କାପଣ , କାଶ ,ଜ୍ୱର , ଗଳା ଯନ୍ତ୍ରଣା ଭଳି ଅନୁଭବ କରିବା ।  ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଭାଇରସ ଅଧିକ  ଥଣ୍ଡା ପାଗରେ ସକ୍ରିୟ ହୋଇଥାଏ । ଘରୁ ବାହାରିବା ପୂର୍ୱରୁ  ମାସ୍କ ପିନ୍ଧି ବାହାରିବା ଉଚିତ । ଜନ ଗହଳି ସ୍ଥାନଠାରୁ ଦୂରରେ ରହିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking