ଶ୍ରୀନଗର : ଜମ୍ମୁ କଶ୍ମୀରର ହନ୍ଦୱାଡାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଉତ୍ତର କଶ୍ମୀରର ପାଜୀପୋରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି। ଜାତୀୟ ଗଣମାଧ୍ୟମକୁ ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସୁରକ୍ଷାବାହିନୀ ବାହିନୀକୁ ବଡ଼ ସଫଳତା ମିଳିଛି ଏବଂ ଘାଟିରେ ଏକାଧିକ ଆତଙ୍କବାଦୀ ସାମିଲ ହୋଇଛନ୍ତି। ହିଜବୁଲ ଆତଙ୍କବାଦୀ ମେହରାଜୁଦ୍ଦୀନ ଓରଫ ଉବୈଦ ହିଜବୁଲ ମୁଜାହିଦ୍ଦୀନର ସବୁଠାରୁ ପୁରୁଣା ସଦସ୍ୟ ଏବଂ ଶୀର୍ଷ ସ୍ତରର କମାଣ୍ଡର। ପୁଲିସ, ସେନା ଓ ସିଆରପିଏଫର ତରଫରୁ ମିଳିତ ଭାବେ ଅପରେସନ କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ଜନସାଧାରଣକୁ ସ୍ଥାନାନ୍ତର କରାଯାଇଛି। ଏହା ଦ୍ୱାରା କାହାରିକୁ କ୍ଷତି ପହଞ୍ଚିବ ନାହିଁ। କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି, ମେହରାଜୁଦ୍ଦୀନ ଘାଟିରେ ଆତଙ୍କ ସୃଷ୍ଟି କରିବାରେ ବହୁଦିନରୁ ନିୟୋଜିତ ହୋଇଥିଲା। ତାକୁ ନିହତ କରାଯିବା ପରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି ବୋଲି କୁହାଯାଉଛି।