ନୂଆଦିଲ୍ଲୀ : କୁହନ୍ତି ମଣିଷ ଯେତେବେଳେ ଲୋଭର ନିଆଁରେ ଜଳି ଉଠିଥାଏ ସେ କୌଣସି ବି ପଦକ୍ଷେପ ଉଠାଇବାରେ ପଛଘୁଞ୍ଚା ଦେଇ ନ ଥାଏ । ଏବେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ କନ୍ୟା ପଇସା ଲୋଭରେ ୮ଟି ବିବାହ କରିଛନ୍ତି ଏବଂ ପରେ ସେ ଏଚ୍ଆଇଭି ସଂକ୍ରମିତ ବାହାରିଛନ୍ତି । ସ୍ଥିତି ଏମିତି ଯେ ବର୍ତ୍ତମାନ ଯେଉଁ ଯେଉଁ ବ୍ୟକ୍ତି ତାଙ୍କୁ ବିବାହ କରିଥିଲେ, ସେମାନେ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ୮ଜଣ ବରଙ୍କ ଅବସ୍ଥା ଖରାପ ହୋଇଯାଇଛି ।
ଏହି କନ୍ୟା ପଇସା ପାଇଁ ବାରମ୍ବାର ବିବାହ କରୁଥିଲେ ଏବଂ ପୁଣି ବରକୁ ଠକି ଫେରାର ହୋଇଯାଉଥିଲେ । ମାମଲା ପଟିୟାଲାର ଦେବୀଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି । କନ୍ୟା ଜଣକ ନିଜର ହିଁ ସ୍ୱାମୀ ଏବଂ ଘରଲୋକଙ୍କ ସହିତ ମିଶି ଏମିତି ଯୋଜନା କରୁଥିଲେ । ଯାହାକୁ ଜାଣିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଯେ ଏହି ଯୁବତୀ ଜଣକ କନ୍ୟା ହୋଇ ପ୍ରଥମେ ଶାନ୍ତ, ସରଳ ଯୁବକ ଏବଂ ତାଙ୍କ ପରିବାର ଲୋକଙ୍କୁ ନିଜ ଜାଲରେ ଫସାଉ ଥିଲେ । ପୁଣି ତାଙ୍କ ପଇସା ଓ ଗହଣା ନେଇ ଫେରାର ହୋଇଯାଉଥିଲେ । ଆଶ୍ଚର୍ଯ୍ୟର କଥା, ଯୁବତୀ ନିଜ ସ୍ୱାମୀଙ୍କ ସହିତ ମିଶି ହିଁ ଏଭଳି ଯୋଜନା କରୁଥିଲେ ଏବଂ ସ୍ୱାମୀଙ୍କୁ ନିଜ ଭାଇ ବନାଇ ରଖିଥିଲେ । ସ୍ୱାମୀ ହିଁ ତାଙ୍କୁ ସବୁ ମଉକାରେ ସାହାଯ୍ୟ କରୁଥିଲେ । ଏହି ଯୁବତୀଙ୍କର ପୂର୍ବରୁ ହିଁ ୩ ସନ୍ତାନ ଅଛନ୍ତି । ଜଣାପଡ଼ିଛି, ସେ ନିଜର ଏକ ଗ୍ୟାଙ୍ଗ୍ ଚଳାଉଥିଲେ । ଏହି ଗ୍ୟାଙ୍ଗ୍ ମାଧ୍ୟମରେ ଯୁବତୀ ୮ଟି ନକଲି ବିବାହ କରିଥିଲେ । କିନ୍ତୁ ଯେତେବେଳେ ୯ମ ଥର ପାଇଁ ବିବାହ କରିବାକୁ ଯାଉଥିଲେ, ତ ପୋଲିସ ହାତରେ ସୁରାକ ଲାଗି ଯାଇଥିଲା । ଏବେ ଏଚ୍ଆଇଭି ପଜିଟିଭ୍ ବାହାରିବା ପରେ କନ୍ୟାର ଜୀବନ ପ୍ରତି ବିପଦ ମାଡ଼ି ଆସିଛି । ପଟିୟାଲାରେ ରହୁଥିବା ଏହି ଯୁବତୀ ଓ ତା’ର ପରିବାର ପାଇଁ ଲୁଟ ଏବଂ ନକଲି ବିବାହ ଏକ ପ୍ରକାର ରୋଜଗାରର ମାଧ୍ୟମ ବନି ଯାଇଥିଲା । ସେମାନେ ଏମିତି ଯୁବକଙ୍କୁ ଖୋଜୁଥିଲେ, ଯାହାଙ୍କ ବିବାହର ବୟସ ଅତିକ୍ରମ କରି ସାରିଥିବ । ପୁଣି ଏହି ଗ୍ୟାଙ୍ଗ୍ ନିଜର ପରିଚୟ ବଦଳାଇ ପୁଅର ପରିବାରଙ୍କୁ ନିଜ କଥାରେ ଫସାଉଥିଲା । ଏହାପରେ ତାଙ୍କୁ ବିବାହର ପ୍ରସ୍ତାବ ଦେଉଥିଲା । ଏହି ସମୟରେ କନ୍ୟାର ପୂରା ଗ୍ୟାଙ୍ଗ୍ ବରର ପରିବାର ଲୋକଙ୍କ ସାମ୍ନାରେ ଅଲଗା ଅଲଗା ସମ୍ପର୍କୀୟଙ୍କ ନା’ରେ ଭେଟୁଥିଲା ଏବଂ ବିବାହ ସ୍ଥିର କରି ଦେଉଥିଲା । ବିବାହର ୩-୪ ଦିନ ପରେ ଯେମିତି ହିଁ କନ୍ୟାକୁ ମଉକା ମିଳୁଥିଲା, ତ ସେ ତୁରନ୍ତ ଦାମୀ ଜିନିଷ ନେଇ ଫେରାର ହୋଇଯାଉଥିଲା ।