30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକିଷାନ ମୋର୍ଚ୍ଚାରୁ ଯୋଗେନ୍ଦ୍ର ଯାଦବ ନିଲମ୍ବିତ

କିଷାନ ମୋର୍ଚ୍ଚାରୁ ଯୋଗେନ୍ଦ୍ର ଯାଦବ ନିଲମ୍ବିତ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରି ବର୍ଷେ ହେଲା ଆନ୍ଦୋଳନ କରୁଥିବା କିଷାନ ମୋର୍ଚ୍ଚାରୁ ନିଲମ୍ବିତ ହୋଇଛନ୍ତି ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ । ତେବେ ତାଙ୍କୁ ମୋର୍ଚ୍ଚା ପକ୍ଷରୁ ଗୋଟେ ମାସ ପାଇଁ ନିଲମ୍ବିତ କରାଯାଇଛି ।
ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କ ପରିବାରକୁ ଯୋଗେନ୍ଦ୍ର ଯାଦବ ଭେଟିଥିଲେ । କିନ୍ତୁ ଏଥିପାଇଁ ମୋର୍ଚ୍ଚାଠାରୁ ସେ ଅନୁମତି ନେଇ ନଥିଲେ । ଯାହାଫଳରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିଲା । ସୂଚନା ଅନୁଯାୟୀ ଅକ୍ଟୋବର ୨୧ରେ ମୋର୍ଚ୍ଚା ତରଫରୁ ଏନେଇ ବୈଠକ ବସିଥିଲା । ଯୋଗେନ୍ଦ୍ର ଯାଦବ ମୃତ ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିଥିବାରୁ ବୈଠକରେ ତାଙ୍କୁ କ୍ଷମା ମାଗିବା ପାଇଁ କୁହାଯାଇଥିଲା । ହେଲେ ଶ୍ରୀ ଯାଦବ କ୍ଷମା ମାଗିନଥିଲେ ।

ଶେଷରେ ମୋର୍ଚ୍ଚା ତାଙ୍କୁ ଗୋଟିଏ ମାସ ପାଇଁ ନିଲମ୍ବିତ କରିଛି । ଯୋଗେନ୍ଦ୍ର ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଯାଇଥିଲେ କିନ୍ତୁ ମୋର୍ଚ୍ଚା ପକ୍ଷରୁ ଅନୁମତି ନେଇ ନ ଥିଲେ । ସୂଚାନ ଥାଉକି, ଅକ୍ଟୋବର ୩ରେ ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ । ଏହି ସମୟରେ ଗୋଟିଏ ମହିନ୍ଦ୍ରା ଥର ଜିପ ସେମାନଙ୍କ ଉପରେ ଚଢିଯାଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ପୁଣି ଏହି ହିଂସାକାଣ୍ଡରେ ୪ ଜଣଙ୍କ ଜୀବନ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking