14.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗଆହୁରି ବଢିବ ତାତି

ଆହୁରି ବଢିବ ତାତି

ଭୁବନେଶ୍ୱର: ଏବେଠୁ ବଢିଲାଣି ତାତି । ଦିନ ୧୧ଟା ବେଳକୁ ବାହାରକୁ ବାହାରିଲା ବେଳକୁ ଟାଇଁ ଟାଇଁ ଖରାରେ ମଣିଷ ସିଝୁଛି । ପାଣିପାଗ ବିଭାଗ କହିବାନୁସାରେ, ଆଗକୁ ଆହୁରି ତାତି ବଢିବ ।  ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଛି ତାତିର ପ୍ରକୋପ । ଅନେକ ସ୍ଥାନରେ ଗରମ ବଢ଼ିଛି । ୯ଟି ସ୍ଥାନରେ ଦିନ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି । ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ଗରମରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ଏପରିକି ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରୀ ତଳକୁ ଖସି ଆସିଛି ।

ପାଣିପାଗ ବିଭାଗ କହିଛି, ଆହୁରି ୩/୪ ଦିନ ଏଭଳି ସ୍ଥିତି ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ୧୧ ତାରିଖବେଳକୁ ଉପକୂଳ ଓଡ଼ିଶାରେ ପୁଣି ତାତି ବଢ଼ିପାରେ । ସୋମବାର ଭବାନୀପାଟଣା ଓ ବୌଦ୍ଧରେ ପାରଦ ୩୯ ଡିଗ୍ରୀ ଛୁଇଁଥିଲା । ଝାରସୁଗୁଡ଼ା ତାପମାତ୍ରା ୩୮.୨, ସମ୍ବଲପୁର ୩୮.୪, ସୁନ୍ଦରଗଡ଼ ୩୮, ହୀରାକୁଦ ୩୮.୫, ତାଳଚେର ୩୭.୧, ବଲାଙ୍ଗିର ୩୮.୨, ମାଲକାନଗିରି ୩୮.୫, ଟିଟିଲାଗଡ଼ ୩୭.୨, ସୋନପୁର ୩୮.୨ ଡିଗ୍ରୀ ଥିଲା ।

ସମଗ୍ର ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଥିଲା । ଉପକୂଳ ଓଡ଼ିଶାରେ ପାଗ ସୋମବାର ଆଂଶିକ ମେଘୁଆ ଥିଲା । ଖରା ପ୍ରକୋପ କମ୍‌ ରହିଥିଲା । ମଙ୍ଗଳବାର ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜାଗାରେ ସକାଳବେଳା ସାମାନ୍ୟ କୁହୁଡ଼ି ହେବ । ଦିନବେଳା ଭୁବନେଶ୍ୱରରେ ଆଂଶିକ ମେଘୁଆ ରହିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking