ନୂଆଦିଲ୍ଲୀ : ଚର୍ଚ୍ଚାରେ ଦେଶର ଧର୍ମଗୁରୁ କାଳୀଚରଣ ମହାରାଜ । ରବିବାର ଧର୍ମଗୁରୁ କାଳୀଚରଣ ମହାରାଜ ଜାତିର ପତା ମହାତ୍ମା ଗାନ୍ଧିଙ୍କ ହତ୍ୟା ପାଇଁ ନାଥୁରାମ ଗଡଶେଙ୍କ ପ୍ରଶଂସା କରି ଲବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନା ଅନୁସାରେ ରବିବାର ଧର୍ମଗୁରୁ କାଳୀଚରଣ ମହାରାଜ ଜାତିର ପତା ମହାତ୍ମା ଗାନ୍ଧିଙ୍କ ହତ୍ୟା ପାଇଁ ନାଥୁରାମ ଗୋଡସେଙ୍କ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, ଲୋକଙ୍କୁ ଧର୍ମର ରକ୍ଷା ପାଇଁ ସରକାରଙ୍କ ପ୍ରମୁଖ ଭାବେ ଜଣେ ହିନ୍ଦୁ ନେତା ନିର୍ବାଚିତ କରିବାର ଦରକାର। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଛତିଶଗଡ଼ ରାଜଧାନୀ ରାୟପୁରରେ ଆୟୋଜିତ ଧର୍ମ ସଂସଦରେ ଭାଷଣ ଦେଇ କାଳୀଚଳଣ ମହାରାଜ ମହାତ୍ମା ଗାନ୍ଧିଙ୍କ ବିରୋଧରେ ଏକ ଅପମାନଜନକ ଶବ୍ଦର ବ୍ୟବହାର କରିଛନ୍ତି।
ଏହାକୁ ନେଇ ରାଜନୈତିକ ଦଳମାନେ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ସଂଜୟ ନିରୁପମ ଟ୍ୱିଟ କରି ଲେଖିଛନ୍ତି ଯେ, ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ସର୍ବସାଧାରଣରେ ଅପମାନିତ କରିଛନ୍ତି। ତାଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଗାନ୍ଧିଜିଙ୍କ ବିରୋଧରେ କିଛି କହିବା ବଡ଼ ଅପରାଧ। ଏନସିପି ନେତା ନୱାବ ମଲିକ କହିଛନ୍ତି, ସତ୍ୟ, ଅହିଂସାକୁ ହିଂସା କେବେ ହରାଇ ପାରିବ ନାହିଁ। ବାପୁ ସବୁଦିନ ପାଇଁ ଅମର।