30.1 C
Bhubaneswar
Wednesday, June 26, 2024
Homeଓଡିଶାଜିଲ୍ଲାରେ କେଶରିଆ ହିନ୍ଦୁ ବାହିନୀ ସଂଗଠନକୁ ସୁଦୃଢ କରାଯିବ

ଜିଲ୍ଲାରେ କେଶରିଆ ହିନ୍ଦୁ ବାହିନୀ ସଂଗଠନକୁ ସୁଦୃଢ କରାଯିବ

ସୁବର୍ଣ୍ଣପୁର: କେଶରୀଆ ହିନ୍ଦୁ ବାହିନୀର ରାଷ୍ଟ୍ରିୟ ସଭାପତି ଅତୁଲ କୁମାର ମିଶ୍ର ଦିନିକିଆ ସୁବର୍ଣ୍ଣପୁର ଗସ୍ତ କରିଛନ୍ତି ।ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ରଙ୍କ ନେତୃତ୍ବରେ ଶତାଧିକ କାର୍ଯ୍ୟକର୍ତ୍ତା ରାଷ୍ଟ୍ରିୟ ସଭାପତିଙ୍କୁ ସ୍ବାଗତ କରିବା ସହିତ ବିପୁଳ ସମ୍ବର୍ଧନା ପ୍ରଦାନ କରିଛନ୍ତି ।ଆଜି ସହରର ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶାଖାର ବୈଠକରେ ରାଷ୍ଟ୍ରିୟ ସଭାପତି ଓ ରାଜ୍ୟ ସଭାପତି ସନ୍ତୋଷ ବଳ ଯୋଗଦେଇ ଜିଲ୍ଲାରେ କେଶରିଆ ହିନ୍ଦୁ ବାହିନୀ ସଂଗଠନକୁ ସୁଦୃଢ କରିବା ସହିତ ଜନଜାଗରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ।ଜିଲ୍ଲାରେ ବିଗତ ଦିନରେ ଗୋରୁଚାଲାଣ ହୋଇଥିବା ଘଟଣାଗୁଡିକୁ ରାଷ୍ଟ୍ରିୟ ସଭାପତି ନିନ୍ଦା କରିବା ସହିତ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଦୋଷାରୋପ କରିଛନ୍ତି ।ସେହିପରି ଗୋ ସଂପଦର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ସହିତ ଗୋ ସଂପଦ ବୃଦ୍ଧି ପାଇଁ ଜନଜାଗରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।ଅନ୍ୟ ସଂପ୍ରଦାୟର ବ୍ୟକ୍ତିଙ୍କ ସହିତ ଉତ୍ତମ ସଂପର୍କ ରକ୍ଷା କରିବା ସହିତ ଗୋ ସଂପଦ ସୁରକ୍ଷା ଓ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ପାଇଁ କହିଛନ୍ତି ।ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରିୟ ସଭାପତି ଗୋ ସଂପଦର ସୁରକ୍ଷା ସଂପର୍କରେ ସଂଗଠନର ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାର ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking