27.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶ୧୫ଜଣ ଭାରତୀୟ ଥିବା ଜାହାଜ ଅପହରଣ

୧୫ଜଣ ଭାରତୀୟ ଥିବା ଜାହାଜ ଅପହରଣ

ନୂଆଦିଲ୍ଲୀ : ଲିବେରିଆରେ ପଞ୍ଜୀକୃତ ଏକ ବାଣିଜ୍ୟ ପୋତକୁ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ କରି ନିଆଯାଇଥିବା କଥା ସେନା ଅଧିକାରୀଙ୍କଠାରୁ ସୂଚନା ମିଳିଛି ଓ ସେଥିରେ ୧୫ଜଣ ଭାରତୀୟ ନାବିକ ଅଛନ୍ତି । ଉଲ୍ଲେଖଯୋଗ୍ୟ, ବ୍ରିଟେନରେ ଗୁରୁବାର ଦିନ ଭିତରେ ୫-୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା କଥା କହି ଉକ୍ତ ବାଣିଜ୍ୟପୋତ ସତର୍କ ସୂଚନା ଜାରି କରିଥିଲା। ବାଣିଜ୍ୟ ପୋତ ‘ଏମ୍‌ ଲୀଲା ନର୍‌ଫକ୍‌’କୁ ଅପହରଣ କରାଯାଇଥିବା କଥା ଗୁରୁବାର ସନ୍ଧ୍ୟାରେ ସୂଚନା ପାଇଲାବେଳୁ ଭାରତୀୟ ନୌସେନା ତା’ ଉପରେ ତୀବ୍ର ଦୃଷ୍ଟି ରଖିଛି। ଉପହୃତ ଜାହାଜ ଉପରେ ନଜର ରଖିବା ସହିତ ଭାରତୀୟ ନୌସେନାର ବିମାନ ମଧ୍ୟ ସେଥିରେ ଥିବା ନାବିକମାନଙ୍କ ସହିତ ଯୋଗାଯୋଗ କରିବାରେ ସମର୍ଥ ହୋଇଛନ୍ତି। ଜାହାଜ ଭିତରେ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି। ପରିସ୍ଥିତର ମୁକାବିଲା କରିବା ଲାଗି ଅପହୃତ ଜାହାଜ ପାଖକୁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ‘ଆଇଏନ୍‌ଏସ୍‌ ଚେନ୍ନାଇ’ ଯାତ୍ରା କରୁଛି ବୋଲି ମଧ୍ୟ ସରକାରୀ ଅଧିକାରୀମାନେ କହିଛନ୍ତି। ଅପହୃତ ଜାହାଜକୁ ଉଦ୍ଧାର କରିବା ଲାଗି ସେ ଅଞ୍ଚଳରେ ଥିବା ‘ମେରିଟାଇମ୍‌ ସିକ୍ୟୁରିଟି ଟାସ୍କ୍‌ ଫୋର୍ସ’ର ବିଭିନ୍ନ ଏଜେନ୍‌ସିମାନଙ୍କ ସହିତ ଯୋଗାଯୋଗ କରାଯାଇଛି। ଆନ୍ତର୍ଜାତିକ ଭାଗିଦାର ଓ ବନ୍ଧୁଭାବାପନ୍ନ ବିଦେଶୀ ରାଷ୍ଟ୍ରମାନଙ୍କ ସହଯୋଗରେ ସେ ଅଞ୍ଚଳ ଦେଇ ଯାତାୟାତ କରୁଥିବା ବାଣିଜ୍ୟପୋତଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭାରତୀୟ ନୌସେନା ତା’ର ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରୁଥିବା କଥା ନୌସେନା ଅଧିକାରୀମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking