29.1 C
Bhubaneswar
Wednesday, July 3, 2024
Homeଓଡିଶା୫୫୫ ପିଜିଟି ଶିକ୍ଷକ ନିଯୁକ୍ତି ନିମନ୍ତେ ଉଚ୍ଚସ୍ତରୀୟ ବୈଠକ

୫୫୫ ପିଜିଟି ଶିକ୍ଷକ ନିଯୁକ୍ତି ନିମନ୍ତେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌.ଙ୍କ ଅଧ୍ୟକ୍ଷତାରେ ବେସରକାରୀ ଅନୁଦାନପ୍ରାପ୍ତ ୨୨୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ୫୫୫ ଜଣ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ପ୍ରବରଣ ଆୟୋଗର ଅଧ୍ୟକ୍ଷ ପ୍ରଫେସର ଦକ୍ଷପ୍ରସାଦ ନନ୍ଦ, ସଚିବ ଡ. ମଧୁସୂଦନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର ଆୟାର, ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉପନିର୍ଦ୍ଦେଶକ ଡ. ଭାଗୀରଥି କାଣ୍ଡିଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ । ସେହିପରି ଆଜି ମଧ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୬୯୧ଟି ଉଚ୍ଚ ବିଦ୍ୟାଳୟମାନଙ୍କରେ ଖାଲିଥିବା ୨୦୬୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଭୟ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ପ୍ରବରଣ ଆୟୋଗ ତରଫରୁ ଖୁବ୍‌ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking