21.1 C
Bhubaneswar
Friday, November 15, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ସରକାରଙ୍କୁ ହାଇକୋର୍ଟ ଝଟକା

ପଶ୍ଚିମବଙ୍ଗ ସରକାରଙ୍କୁ ହାଇକୋର୍ଟ ଝଟକା

ନୂଆଦିଲ୍ଲୀ: ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ଝଟକା । କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ପୁଲିସର ଏସଆଇଟି ପକ୍ଷରୁ ଦାୟର ଆବେଦନକୁ ଖାରଜ କରିବା ସହ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶେଖ୍ ଶାହଜାହାଁ ସମେତ ୩ଟି ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ଶେଖ୍ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ପରେ ଶେଖକୁ ସିବିଆଇ ପଚରାଉଚରା କରିବାର ସମ୍ଭାବନା ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଆଜି ସନ୍ଧ୍ୟା ସୁଦ୍ଧା ଶେଖ ଶାହାଜାହାନକୁ ହେପାଜତକୁ ନେବାର ସମ୍ଭାବନା ରହିଛି। ତାକୁ ଗତ ସପ୍ତାହରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନର ଏକ ଘରୁ ଗିରଫ କରାଯାଇଥିଲା। ତା ବିରୋଧରେ ଦାଦାବଟି ଆଦାୟ, ଜମି ଜବରଦଖଲ ଓ ଯୌନ ନିର୍ଯାତନା ଆଦି ଗୁରୁତର ଅଭିଯୋଗ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking