17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶକେରଳରେ ହାଇ ଆଲର୍ଟ : ଚିନ୍ତା ବଢ଼ାଇଛି ଜିକା ଭାଇରସ୍

କେରଳରେ ହାଇ ଆଲର୍ଟ : ଚିନ୍ତା ବଢ଼ାଇଛି ଜିକା ଭାଇରସ୍

ଥିରୁଅନନ୍ତପୁରମ: କରୋନା ସଙ୍କଟ ନଯାଉଣୁ ଜିକା ଭାଇରସ୍‌ର ଆବିର୍ଭାବ ଚିନ୍ତା ବଢ଼ାଇଛି । ଗୋଟିଏ ଦିନ ପୂର୍ବରୁ କେରଳରୁ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ ହେବା ପରେ ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୧୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ କେରଳରେ ସର୍ବମୋଟ ୧୫ଟି ମାମଲା ରହିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ହୋଇଥିବା ଜଣାପଡିଛି । ଗୁରୁବାର ପ୍ରଥମେ ଜଣେ ୨୪ ବର୍ଷୀୟ ଗର୍ଭବତୀ ମହିଳାଙ୍କ ଠାରେ ଜିକା ଭାଇରସ୍ ମାମଲା ଚିହ୍ନଟ ହୋଇଥିଲା । ମହିଳାଙ୍କ ଠାରେ ଜ୍ୱର, ମୁଣ୍ଡବ୍ୟଥା, ଚର୍ମରେ ଲାଲ୍ ଦାଗ ଭଳି ଲକ୍ଷଣ ଦେଖାଯାଇଥିଲା ।

ପ୍ରାଥମିକ ଟେଷ୍ଟରେ ସେ ପଜିଟିଭ ଚିହ୍ନଟ ହୋଇଥିବାବେଳେ ତାଙ୍କ ନମୁନା ପୁଣେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଯାଇଥିଲା । ଗୁରୁବାର ମହିଳାଙ୍କ ଟେଷ୍ଟ ରିପୋର୍ଟରୁ ସେ ଜିକା ଭାଇରସ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା । ସେହିପରି ଅନ୍ୟ ୧୪ ଜଣ ବ୍ୟକ୍ତି ମଧ୍ୟ ଜିକା ଭାଇରସ ସଂକ୍ରମିତ ଥିବା ଏହି ଇନଷ୍ଟିଚ୍ୟୁଟରୁ ଜଣାପଡିଛି । ମୁଖ୍ୟତଃ ଜ୍ୱର, ଚର୍ମ ଲାଲ୍ ପଡିଯିବା, ଆଣ୍ଠୁଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବ୍ୟଥା ଓ ଦୁର୍ବଳ ଲାଗିବା ଆଦି ଜିକା ଭାଇରସ ସଂକ୍ରମଣର ଲକ୍ଷଣ । ୩ ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଇଥାଏ । ତେବେ ରାଜ୍ୟରେ ଦିନକୁ ଦିନ ଜିକା ଭାଇରସ କେସ୍ ବଢୁଥିବାରୁ ଏକ କେନ୍ଦ୍ରୀୟ ଟିମ୍ କେରଳ ଗସ୍ତ କରିଛନ୍ତି । କିଭଳି ଭାଇରସକୁ ଚେକ ଦିଆଯିବ ସେ ନେଇ ରଣନୀତି କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking