34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପ୍ରତି ମିନିଟ୍‌ରେ ଭୋକରେ ଯାଉଛି ୧୧ ଜୀବନ

ପ୍ରତି ମିନିଟ୍‌ରେ ଭୋକରେ ଯାଉଛି ୧୧ ଜୀବନ

କାଇରୋ: ବିଶ୍ୱରେ ପ୍ରତି  ମିନିଟରେ ଭୋକରେ ଯାଉଛି ୧୧ ଜଣଙ୍କ ଜୀବନ । ଗତ ଏକବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଅକାଳ ପରି ଅବସ୍ଥା ଭୋଗିବାର ସଂଖ୍ୟ ମଧ୍ୟ ୬ ଗୁଣା ବଢ଼ିଛି । କ୍ଷୁଧା ଯୋଗୁଁ ଜୀବନ ହାରିବାର ସଂଖ୍ୟ କୋଭିଡ୍ ମୃତ୍ୟୁକୁ ବଳିଯାଇଛି । କୋଭିଡ ମହାମାରୀ ଯୋଗୁଁ ପ୍ରତି ୧ ମିନିଟରେ ୭ ଜଣଙ୍କ ଜୀବନ ଯାଉଛି । ମାତ୍ର କ୍ଷୁଧା ଅର୍ଥାତ ଖାଇବାକୁ ନପାଇ ଜୀବନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତି ମିନିଟ୍‌ରେ ୧୧ ରହିଛି । ଦରିଦ୍ର ଉନ୍ମୁଳନ ଦିଗରେ କାମ କରୁଥିôବା ଅକ୍ସଫୋମ୍ ଦ୍ୱାରା ଏପରି ଚକିତକାରୀ ରିପୋର୍ଟ ପ୍ରକାଶ ପାଇଛି । ଅକ୍ସଫୋମ୍ ଦ୍ୱାରା ପ୍ରକାଶିତ ‘ଦ ହଙ୍ଗର୍ ଭାଇରସ୍ ମଲ୍ଟିପ୍ଲାଇଜ୍‌’ରେ ମହାମାରୀ ପାଇଁ ବିଶ୍ୱରେ ୧୫୫ ମିଲିୟନ ବା ୧୫ କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି ।

ଏହାବ୍ୟତୀତ ସମଗ୍ର ବିଶ୍ୱରେ ୧୫.୫ କୋଟି ଲୋକ ଖାଦ୍ୟ ଅସୁରକ୍ଷାର ସାମ୍ନା କରୁଛନ୍ତି । ଏହି ତଥ୍ୟ ଗତବର୍ଷର ତଥ୍ୟ ଠାରୁ ଦୁଇକୋଟି ଅଧିକ ବୋଲି ଅକ୍ସଫୋମ୍ ଆମରିକାର ଅଧ୍ୟକ୍ଷ ତଥା ସିଇଓ ଏମ୍ବି ମ୍ୟାକ୍ସମ୍ୟାନ କହିଛନ୍ତି । ଏହି ତଥ୍ୟ ସେହିମାନଙ୍କୁ ନେଇ ତିଆରି କରାଯାଇଛି ଯେଉଁମାନେ ଅକଳ୍ପନୀୟ ପୀଡ଼ା ଭୋଗୁଛନ୍ତି । ବିଭିନ୍ନ ଦେଶ ସାମରିକ ବିବାଦରେ ରହିଥିବାରୁ ଏମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଲୋକ କ୍ଷୁଧା ସମସ୍ୟା ଭୋଗୁଛନ୍ତି । ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ ଆମକୁ ପ୍ରତ୍ୟେକ ଲୋକଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସମୟରେ ମହାମାରୀ ଯୋଗୁଁ ଅର୍ଥନୈତିକ ଅବନତି ଏବଂ କ୍ରମାଗତ ଜଳବାୟୁ ସଙ୍କଟ ତଥା ସାଧାରଣ ଳୋକଙ୍କ କ୍ଷେତ୍ରରେ ଜୀବନଯାପନ କରିବା ପାଇଁ ଭୟଙ୍କର ସଂଘର୍ଷ ଦେଖିବାକୁ ମିଳୁଛି । ଏହି ସମସ୍ୟା ଯୋଗୁଁ ୫ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ଅନାହାର ଦିଗକୁ ଠେଲି ହୋଇଯାଉଛନ୍ତି ବୋଲି ମ୍ୟାକ୍ସମ୍ୟାନ କହିଛନ୍ତି । ଅପରପକ୍ଷରେ ଏହି ବୈଶ୍ୱିକ ମହାମାରୀର ମୁକାବିଲା କରିବା ଅତିରିକ୍ତ ପରସ୍ପର ବିରୋଧୀ ନିଜ ନିଜ ମଧ୍ୟରେ ଲଢ଼େଇ କରୁଛନ୍ତି । ଯାହାର ପ୍ରଭାବ ସେହି ସମସ୍ତ ୫ ଲକ୍ଷରୁ ଊର୍ଦ୍ଧ୍ୱ ଭୋକିଲା ଲୋକଙ୍କ ଉପରେ ପଡୁଛି । ବୈଶ୍ୱିକ ମହାମାରୀ କରୋନା ଯୋଗୁଁ ସମଗ୍ର ବିଶ୍ୱ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ପରିପ୍ରେକ୍ଷୀରେ ବିଶ୍ୱର ସେନା ଉପରେ କରାଯାଉଥିବା ଖର୍ଚ୍ଚରେ ୫୧ ଅରବ ଡଲାର୍ ବଢ଼ିଛି ।

ଏହି ରାଶି ଅନାହାର ମୃତ୍ୟୁ ରୋକିବା ଦିଗରେ ସଂଯୁକ୍ତ ରାଷ୍ଟ୍ର ଖର୍ଚ୍ଚ କରିବା ନେଇ ଯୋଜନା କରିଥିବା ଅର୍ଥରାଶି ଠାରୁ ୬ ଗୁଣା ଅଧିକ ଏହି ରିପୋର୍ଟ ଅନୁସାରେ ବିଶ୍ୱରେ ଆଫଗାନିସ୍ତାନ, ଇଥୋପିଆ, ଦକ୍ଷିଣ ସୁଦାନ, ସିରିଆ ଓ ୟେମେନରେ କ୍ଷୁଧା ସମସ୍ୟା ଦେଖିବାକୁ ମିଳିଛି । ସାଧାରଣ ନାଗରିକଙ୍କୁ ଖାଦ୍ୟ ଓ ପାଣିରୁ ବଞ୍ଚିତ କରାଯାଇ, ସେମାନଙ୍କ ନିକଟରେ ମାନବୀୟ ସାହାଯ୍ୟ ନପହଞ୍ଚାଇ ଅନାହାରକୁ ଯୁଦ୍ଧ ଭାବେ ବ୍ୟବହାର କରାଯାଉଛି । ବଜାରରେ ବମ୍ ବର୍ଷା କରାଯାଉଛି । ଫସଲ ତଥା ଗୋସମ୍ପଦକୁ ନଷ୍ଟ କରାଯାଉଛି । ଭୋକିଲା ଲୋକ ନା ସୁରକ୍ଷିତ ରହିପାରୁଛନ୍ତି ନା ଖାଦ୍ୟର ସନ୍ଧାନରେ ବାହାରକୁ ଯାଇପାରୁଛନ୍ତି । ସମଗ୍ର ବିଶ୍ୱରେ ସାମରିକ ସଂଘର୍ଷ ରୋକିବାକୁ ଅକ୍ସଫୋମ୍ ଅନୁରୋଧ କରିଛି । ଅନ୍ୟଥା ବିଶ୍ୱରେ ଅନାହାର ବିନାଶକାରୀ ରୂପ ନେବ ବୋଲି ମ୍ୟାକ୍ସମ୍ୟାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking