26.1 C
Bhubaneswar
Wednesday, April 16, 2025
Homeରଥଯାତ୍ରା-୨୦୨୩ହେରା ପଞ୍ଚମି: ରଥଯାତ୍ରା ସହ ଜଡିତ ଏକ ସ୍ୱତନ୍ତ୍ର ଉତ୍ସବ

ହେରା ପଞ୍ଚମି: ରଥଯାତ୍ରା ସହ ଜଡିତ ଏକ ସ୍ୱତନ୍ତ୍ର ଉତ୍ସବ

 ପୁରୀ: ହେରାପଞ୍ଚମୀ ଶ୍ରୀମନ୍ଦିରରେ ଏହା ଏକ ବିଶେଷ ଉତ୍ସବ ଭାବରେ ପାଳିତ ହେଇଥାଏ । ଖାଲି ଶ୍ରୀମନ୍ଦିର ନୁହଁ, ଓଡ଼ିଶାର ଯେଉଁ ଯେଉଁ ସ୍ଥାନରେ ରଥଯାତ୍ରା ହୁଏ ସେଠାରେ ଏହି ଉତ୍ସବ ପାଳିତ ହୁଏ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ଉତ୍ସବ ଅନୁଷ୍ଠିତ ହୁଏ । ଏହି ଉତ୍ସବ କୁ ଲକ୍ଷ୍ମୀ ବିଜୟ ଉତ୍ସବ ମଧ୍ୟ କୁହାଯାଏ ।
ଏହିଦିନ ଶ୍ରୀମନ୍ଦିର ଭଣ୍ଡାରଘରେ ବିଜେ କରିଥିବା ଠାକୁରାଣୀଙ୍କ ମାଜଣା, ବନକଲାଗି, ପାଟ, ଅଳଙ୍କାର ଲାଗି ପରେ ପନ୍ତିଭୋଗ ହୁଏ । ମା ଲକ୍ଷ୍ମୀ ପାଲିଙ୍କିରେ ବସି ସିଂହଦ୍ୱାର ଦେଇ ବଡଦାଣ୍ଡ ବାଟେ ଗୁଣ୍ଡିଚା ଘର ରଥପାଖକୁ ଯାଆନ୍ତି । ଘଣ୍ଟା, କାହାଳି, ଵାଦ୍ୟରେ ସମଗ୍ର ପରିବେଶଟି ମୁଖରିତ ହୁଏ ।ମା ମହାଲକ୍ଷ୍ମୀଙ୍କ ବିମାନଟି ଜଗମୋହନରୁ ନାକଚଣା ଦୁଆର ଦେଇ ଗଲାବେଳେ ତେନ୍ତୁଳୀଗଛ ମୂଳେ ପୂଜା ବନ୍ଦାପନା ହୁଏ I ଏହା ପରେ ମା ଲକ୍ଷ୍ମୀଙ୍କ ବିମାନ ଶ୍ରୀ ଜଗନ୍ନାଥ ଙ୍କ ରଥପାଖକୁ ନିଆଯାଏ । ସେଠାରେ ମା ରଥ ଭାଙ୍ଗନ୍ତି । ମା ଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ଚାଲେ ।
ମା ଲକ୍ଷ୍ମୀ ରଥ ଭାଙ୍ଗିବାର କାରଣ ହେଲା ତାଙ୍କୁ ସାଙ୍ଗରେ ନ ନେଇ ମହାପ୍ରଭୁ ଭଉଣୀ ଶୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ଯାତ୍ରା କରନ୍ତି । ତେଣୁ ମା ରାଗରେ ରଥର କିଛି ଅଂଶ ଭାଙ୍ଗି ଦିଅନ୍ତି । ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ବୁଲି ଯାଇଥିବାରୁ ଏହା ହେରା ପଞ୍ଚମୀ ଭାବରେ ଖ୍ୟାତ । ହେରା ର ଅର୍ଥ ହେଲା ଦର୍ଶନ କରିବା ବା ଦେଖିବା । ଏହି ଦିନ ମା ଲକ୍ଷ୍ମୀ ଜଗନ୍ନାଥ ଙ୍କୁ ଦର୍ଶନ କରିଥିବାରୁ ଏହିଦିନଟିକୁ ହେରାପଞ୍ଚମୀ କୁହାଯାଏ ବୋଲି ଅନେକଙ୍କ ମତ ।
ହେରାପଞ୍ଚମୀ ଉତ୍ସବ ପାଳନ ସମ୍ପର୍କରେ ଏକ ପୌରାଣିକ ଉପାଖ୍ୟାନ ଅଛି । ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥଯାତ୍ରା ଦିନ ଗୁଣ୍ଡିଚା ଘର କୁ ଯାତ୍ରାକରିବା ପରେ ଲକ୍ଷ୍ମୀଙ୍କ ମନରେ ଦୁଃଖ ହେଲା । ନିଜ ମନର ଦୁଃଖ ବା ବ୍ୟଥା କୁ ସେ ମା ବିମଳା ଙ୍କ ପାଖରେ ପ୍ରକାଶ କଲେ । ମା ବିମଳା ମହାଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଲେ I ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବାକୁ ମା ବିମଳା କହିବାରୁ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଠାକୁରଙ୍କ ଦର୍ଶନ ପାଇଁ ଗୁପ୍ତରେ ଗୁଣ୍ଡିଚା ମନ୍ଦିରକୁ ଗଲେ। ମୋହ ଅଂଜନରେ ପ୍ରଭୁଙ୍କୁ ମୁଗ୍ଧ କଲେ । ଯାହାଫଳରେ ପ୍ରତ୍ୟାଗମନ ପାଇଁ ରଥକୁ ଦକ୍ଷିଣାଭିମୁଖ କରାଯିବାକୁ ଆଦେଶ ଦିଆଗଲା ।
ଏହି ଉତ୍ସବ ପଛରେ ଯାହାକିଛି ଧାର୍ମିକ ଭାବନା ଥାଉନା କାହିଁକି ସାମାଜିକ ଭାବ କିନ୍ତୁ ଏଥିରେ ନିବିଡ ଭାବରେ ରହିଛି I ସ୍ୱାମୀସ୍ତ୍ରୀ ଭାବରେ ଏମିତି ମନ ଫଟାଫଟି, ରାଗ-ଅଭିମାନ ହୁଏ । ଏହା ସ୍ୱାଭାବିକ ସ୍ତ୍ରୀଙ୍କୁ ସାଙ୍ଗରେ ନ ନେଇ ଭଉଣୀକୁ ଯାତ୍ରାକୁ ନେଲେ ସ୍ତ୍ରୀ ବିରକ୍ତ ହେବା ସ୍ୱାଭାବିକ । ପୁଣି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମିଳନ ହେବା ମଧ୍ୟ ସ୍ୱାଭାବିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking