32.1 C
Bhubaneswar
Friday, October 18, 2024
Homeଅପରାଧଜଘନ୍ୟ ହତ୍ୟାକାଣ୍ଡ: ଆଇଫୋନ ନଦେବାରୁ ଡେଲିଭରି ବୟଙ୍କୁ ହତ୍ୟା କଲା ଯୁବକ

ଜଘନ୍ୟ ହତ୍ୟାକାଣ୍ଡ: ଆଇଫୋନ ନଦେବାରୁ ଡେଲିଭରି ବୟଙ୍କୁ ହତ୍ୟା କଲା ଯୁବକ

ବାଙ୍ଗାଲୁର: ଅନଲାଇନରେ ସେକେଣ୍ଡ ହ୍ୟାଣ୍ଡ ଆଇ ଫୋନ ଅର୍ଡର କରିଥିଲେ ଯୁବକ । କିନ୍ତୁ ପାଖରେ ଟଙ୍କା ନଥିବାରୁ କୋରିୟର ବୟ ଦେଲେ ନାହିଁ ମୋବାଇଲ । ଏଥିରେ ଉତକ୍ଷିପ୍ତ ହୋଇ ଡେଲିଭରି ବୟଙ୍କୁ ଛୁରୀରେ ହତ୍ୟା କଲେ ଗ୍ରାହକ । ହତ୍ୟା ପରେ ମୃତଦେହକୁ ପୋଡିବା ସହ ୪ଦିନ ଧରି ଅଖାରେ ପୁରାଇ ଘର ରଖିଥିଲା ଅଭିଯୁକ୍ତ । ଶେଷରେ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ହାସନ ଜିଲ୍ଲାର ଆରସେଇକେରା ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ହେମନ୍ତ ନାୟକ ଓ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ହେମନ୍ତ ଦତ୍ତ । ଚଳିତ ମାସ ୭ ତାରିଖରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟା ଘଟଣାର କିଛିଦିନ ପରେ କୋପାଲୁ ରେଲୱେ ଗେଟ ନିକଟରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା ପୋଲିସ । ଏନେଇ ଏକ ମାମଲା ରୁଜୁ କରି ଯୁବକଙ୍କ ପରିଚୟ ପାଇବା ପାଇଁ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସିସିଟିଭି ଯାଞ୍ଚ କରିବା ସମୟରେ ଜଣେ ଯୁବକ ପେଟ୍ରୋଲ ଷ୍ଟେସନ ନିକଟରେ ବାଇକରେ ଏକ ବ୍ୟାଗ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ଅନୁସନ୍ଧାନ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।

ଆରସେଇକେରା ହାଲ କାଲାନାୟାକାନ ହଲି ଗାଁର ଅଭିଯୁକ୍ତ ହେମନ୍ତ ଦତ୍ତ ଅନଲାଇନରେ ସେକେଣ୍ଡ ହ୍ୟାଣ୍ଡ ଆଇଫୋନ ଅର୍ଡର କରିଥିଲେ । ଗତ ୭ ତାରିଖ ଦିନ ତେବେ ଫୋନ ନେଇ ମୃତ ଡେଲିଭରି ବୟ ହେମନ୍ତ ନାୟକ ଲକ୍ଷ୍ମୀପୁର ବାରଙ୍ଗସ୍ଥିତ ହେମନ୍ତ ଦତ୍ତଙ୍କ ଘରକୁ ଯାଇଥିଲେ । ଏହି ସମୟରେ ହେମନ୍ତ ଦତ୍ତ ମୋ ପାଖରେ ଟଙ୍କା ନାହିଁ ବୋଲି କହିବା ପରେ ଫୋନ ବକ୍ସ ଖୋଲିବାକୁ କହିଥିଲେ । କିନ୍ତୁ ଡେଲିଭରି ବୟ ଜଣଙ୍କ ଟଙ୍କା ନଦେଲେ ଫୋନ ଦିଆଯିବ ନାହିଁ ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ହେମନ୍ତ ଦତ୍ତ ହେମନ୍ତ ନାୟକଙ୍କୁ ଘରକୁ ଡାକି କିଛି ସମୟ ଅପେକ୍ଷା କରିବାକୁ କହିଥିଲା । ଏହି ସମୟରେ ମୃତ ଡେଲିଭରି ବୟ ଜଣଙ୍କ ଫୋନ ଦେଖୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଏକ ଛୁରୀରେ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା । ଏହାପରେ ମୃତଦେହକୁ ଏକ ଅଖାରେ ପୁରାଇ ନିଆଁ ଲଗାଇବା ପରେ ଘରର ବାଥରୁମରେ ଚାରିଦିନ ଧରି ରଖିଥିବା ପୋଲିସ ସ୍ପଷ୍ଟ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking