30.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶପାକିସ୍ତାନରେ ଭୀଷଣ ବର୍ଷା, ୭୬ ମୃତ

ପାକିସ୍ତାନରେ ଭୀଷଣ ବର୍ଷା, ୭୬ ମୃତ

ଇସ୍‌ଲାମାବାଦ: ପାକିସ୍ତାନରେ ଭୀଷଣ ବର୍ଷା ଏବଂ ଖରାପ ପାଗ ଯୋଗୁଁ ଗତ କିଛିଦିନ ମଧ୍ୟରେ ୭୬ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ୧୩୩ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩୧ ଶିଶୁ ମଧ୍ୟ ସାମିଲ । ଗତ ୨୪ ଘଣ୍ଟା ମଧ୍ୟରେ ୯ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ଷା କାରଣରୁ ୭୮ ଘର ମଧ୍ୟ ନଷ୍ଟ ହୋଇଯାଇଛି । ପାକିସ୍ତାନ ନାସ୍‌ନାଲ୍ ଡିଜାଷ୍ଟର୍ ମ୍ୟାନେଜ୍‌ମେଣ୍ଟ୍ ଅଥରିଟି ଏହି ସୂଚନା ଦେଇଛି । ବର୍ଷର ସବୁଠୁ ଅଧିକ ପ୍ରଭାବ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ କେବଳ ୪୮ ଲୋକଙ୍କ ମୃତ୍ୟୁ ହୋଇଛି ।

ସେହିପରି ଏଠାରେ ବର୍ଷା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ଗୋଟିଏ ଦନରେ ୨୯୧ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଲାହୋରରେ ଜୁଲାଇ ୬ ତାରିଖରେ ଆସିଥିବା ବନ୍ୟା ଫଳରେ ସଡ଼କରେ ଛିଡ଼ା ହୋଇଥିବା ବାହନ ବୁଡ଼ିଯାଇଛି । ଖାଇବର ପଖ୍‌ତନୁୱା ପ୍ରଦେଶରେ ଗୁରୁବାର ଲ୍ୟାଣ୍ଡ୍‌ସ୍ଲାଇଡ୍ ହେବାର କ୍ରିକେଟ୍ ଖେଳୁଥିବା ୮ ଜଣ ବାଳକଙ୍କ ମୃତ୍ୟୁ ଘଟିଛି । ଏଠାରେ ଭୀଷଣ ବର୍ଷା ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଏହି ପ୍ରଦେଶ ଚଳିତ ବର୍ଷାରେ ଦେଶର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଉଛି । ଭୁଶୁଡ଼ି ପଡ଼ିଥିବା ଘର ତଳେ ଦବିଯିବା ଏବଂ ବଜ୍ରପାତରେ ମଧ୍ୟ ଏଠାରେ ଜନହାନି ହୋଇଛି । ଗତବର୍ଷ ବନ୍ୟାରେ ପାକିସ୍ତାନରେ ୧୭୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୩୩ ଲ’ ଲୋକଙ୍କ ଜୀବନକୁ ଏହା ପ୍ରଭାବିତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking