28.4 C
Bhubaneswar
Tuesday, June 23, 2026
Homeଦେଶ ବିଦେଶରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ; ଗଲାଣି ୬ ଜୀବନ

ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ; ଗଲାଣି ୬ ଜୀବନ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ସହରର ଅନେକ ଅଂଶ ଜଳବନ୍ଦୀ ହୋଇ ରହିଛି ଏବଂ ଅନେକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଘଟିଛି। ଦିଲ୍ଲୀରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ପିଲା ବର୍ଷା ଜଳ ଭର୍ତ୍ତି ଖାଲରେ ବୁଡ଼ି ଯାଇଥିବା ସୂଚନା ରହିିଛି। ଶନିବାର ଦିଲ୍ଲୀ-ଏନ୍‌ସିଆର୍‌, ଦ୍ବାରକା, ପାଲମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରୁଗ୍ରାମ, ଫରିଦାବାଦ ଓ ମନେସର ଆଦିର କିଛି ଅଂଶରେ ହାଲୁକା ଏବଂ ମଧ୍ୟମ ତୀବ୍ରତା ସହିତ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ଆଇଏମ୍‌ଡି।ଏହି ବନ୍ୟା ଯୋଗୁଁ ଦିଲ୍ଲୀ-ଏନ୍‌ସିଆର୍‌ର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଯାତ୍ରୀମାନେ ଘୋର ଜଳବନ୍ଦୀ ଓ ଟ୍ରାଫିକ୍ ଜାମ୍‌ର ସମ୍ମୁଖୀନ ହେଉଛନ୍ତି। ତେବେ ବର୍ଷା ଯୋଗୁଁ ଗତ ଦୁଇ ମାସର ପ୍ରବଳ ଗରମରୁ ତ୍ରାହି ମିଳିଥିବା ବେଳେ ଆଜି ସର୍ବନିମ୍ନ ତାପମାତ୍ରା ୨୪.୭ ଡିଗ୍ରି ରେକର୍ଡ କରାଯାଇଛି, ଯାହା ସ୍ବାଭାବିକଠାରୁ ୩.୨ ଡିଗ୍ରି କମ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking