ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଗତ କିଛି ଦିନ ହେଲା ରାଜ୍ୟରେ ଶୀତ ଉଭାନ ହୋଇଯାଇଥିଲା । ଗତକାଲି ରାଜ୍ୟର କିଛି ଅଂଚଳରେ ପାରଦ ତଳକୁ ଖସିଥିବାରୁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଶୀତ ଅନୁଭବ ହୋଇଥିଲା । କଟକ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାମାନଙ୍କରେ ଆଜି ଶୀତ ଅନୁଭବ ହୋଇଛି । ଗତ କିଛି ଦିନ ହେଲା ରାତିରେ ତାପମାତ୍ରା ବହୁତ କମ ରହୁଥିବାରୁ ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପାମାତ୍ରା ୮.୫ ଡିଗ୍ରୀ ସେଲସିୟସ ଅଛି । ସେହିପରି ସୋନପୁର, ବାଲେଶ୍ୱର, ଫୁଲବାଣୀ, ଜାରସୁଗୁଡ଼ା, ଅନୁଗୁଳ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ୧୦ ଡିଗ୍ରୀ ସେଲସିୟସ ତଳେ ଥିବା ଜଣାପଡ଼ିଛି । ତେବେ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟର ତାପମାତ୍ରା ୨୨ ତାରିଖ ପରେ କମିଯିବାର ଅନୁମାନ କରାଯାଉଛି ।
ପଶ୍ଚିମ ଓଡ଼ିଶାରେ ୨୩ ତାରିଖଠାରୁ ଉତ୍ତର ଉପକୂଳ ଓଡ଼ିଶାରେ ୨୨ ତାରିଖଠାରୁ ରାତିରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ । ବିଭିନ୍ନ ସ୍ଥାନରେ ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଢ଼ିବାକୁ ଥିବା ବେଳେ ଏହି ସମୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨-୪ ଡିଗ୍ରୀ ବମିବାର ସମ୍ଭାବନା ଅଛି ।