31.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଉପଯୋଗ ଅଁଳା

ସ୍ୱାସ୍ଥ୍ୟ ପାଇଁ ଉପଯୋଗ ଅଁଳା

ଭୁବନେଶ୍ୱର : ଐତିହାସିକ ଯୁଗରୁ ହରିଡ଼ା,ବାହାଡ଼ା ଓ ଅଁଳା କୁ ତ୍ରିଫଳ ର ଆଖ୍ୟା ଦିଆ ହେଇଛି । ଏହି ତ୍ରିଫଳର ବହୁ ଔଷଧୀୟ ଗୁଣ ରହିଛି । ଏହି ତ୍ରିଫଳ ମଧ୍ୟରୁ ଅଁଳା ର ଉପକାରୀତା ବିଷୟରେ ନଜର ପକାଇବା, ଯାହା ଶୀତଦିନରେ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଆମ ଦେଶରେ ଅଁଳା ଅନେକ ସ୍ଥାନରେ ମିଳିଥାଏ । ଏପରିକି ଅଁଳାକୁ ଆୟୁର୍ବେଦ ଭାଷାରେ ସଞ୍ଜିବନୀ ବା ଅମୃତ ଫଳ ବୋଲି କୁହାଯାଏ । ଅଁଳା ଖାଇବା ଦ୍ବାରା ଅନେକ ପ୍ରକାରର ଶାରୀରିକ ସମସ୍ୟାରୁ ମୁକ୍ତି ମିଳିଥାଏ । ମାତ୍ର ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଅଁଳା ଉପକାରୀ ହୋଇନଥାଏ । ଅଁଳାକୁ କଞ୍ଚା ଖାଇବା ସହିତ ଏଥିରୁ ପ୍ରସ୍ତୁତ ଆଚାର,ଲଡ଼ୁ ଆଦି ମଧ୍ୟ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟ ଲାଭ ବିଷୟରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଶୀତଦିନରେ ପ୍ରତିଦିନ ଅଁଳା ଖାଇବା ଦ୍ୱାରା,ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ । ଏଥିରେ କ୍ୟାଲସିୟମ,ଫାଇବର,ଭିଟାମିନ ସି,ପୋଟାସିୟମ,ଆଣ୍ଟି-ଅକ୍ସିଡ଼ାଣ୍ଟ ଭଳି ଅନେକ ପୋଷାକ ତତ୍ୱ ଭରି ରହିଥାଏ । ପ୍ରତିଦିନ ଏକ ଅଁଳା ଖାଇବା ଦ୍ୱାରା,ଏହା ହୃଦୟ କ୍ୟାନ୍ସର, ମଧୁମେୟ,ବୟସ ସମ୍ବନ୍ଧୀୟ ରୋଗ ବେମାରକୁ କମ କରିବାରେ ସାହାଯ୍ୟ କରେ । ଡ଼ାଇବେଟିସ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ଅଁଳା । ଏହା ବ୍ଲଡ଼ ସୁଗାର ଲେବୁଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଇମ୍ୟୁନିଟିକୁ ମଜବୁତ କରିବାରେ ଏହା ବେଶ ସହାୟକ ହୋଇଥାଏ । ନିୟମିତ କଞ୍ଚା ଅଁଳା ଖାଇବା କିମ୍ବା ଏହାର ରସ ପିଇବା କେବଳ ପାଟିର ସ୍ୱାସ୍ଥ୍ୟକୁ ବଜାୟ ରଖେ ନାହିଁ, ମାଢ଼ି ସୁସ୍ଥ ରହିଥାଏ ଏବଂ ନିଶ୍ୱାସ-ପ୍ରଶ୍ୱାସରେ ଆସୁଥିବା ଦୁର୍ଗନ୍ଧ ସମସ୍ୟା ମଧ୍ୟ କମିଯାଏ । ଅଁଳା ଏକ ଫାଇବ୍ରସ୍ ଫଳ ଯାହା ଫାଇବରରେ ଭରପୂର । ତେଣୁ ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ଅଁଳା ଜୁସ୍ ପିଇବା ଦ୍ୱାରା ଖାଉଥିବା ଖଦ୍ୟରୁ ପୋଷକ ତତ୍ତ୍ୱର ଉତ୍ତମ ଅବଶୋଷଣ ହୋଇଥାଏ । ଏହାର ନିୟମିତ ବ୍ୟବହାର କୋଲେଷ୍ଟ୍ରଲ ଏବଂ ହୃଦରୋଗରେ ଆରାମ ଦେଇଥାଏ । ଶରୀରରେ ଥିବା କ୍ଷତିକାରକ ପଦାର୍ଥକୁ ବାହାର କରିବାରେ ଅଁଳା ମଧ୍ୟ ସାହାର୍ଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking